14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପୁଅ ପାଇଁ ଜୀବନ ହାରିଲେ ବାପା-ମା’

ପୁଅ ପାଇଁ ଜୀବନ ହାରିଲେ ବାପା-ମା’

ହାଇଦ୍ରାବାଦ: ଅନଲାଇନ୍ ଜୁଆ ଖେଳରେ ୨୨ ବର୍ଷୀୟ ପୁଅ ନେଇଥିବା ଋଣ ପରିଶୋଧ କରିବାରେ ବିଫଳ ହେବାରୁ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ୟୁ ମହେଶ୍ୱର ରେଡ୍ଡୀ (୪୫) ଏବଂ ତାଙ୍କ ପତ୍ନୀ ମଙ୍ଗଳବାର ରାତିରେ ନନ୍ଦୟାଲା ଜିଲ୍ଲାର ଅବଦୁଲ୍ଲାପୁରମ୍ ଗ୍ରାମରେ ଥିବା ସେମାନଙ୍କ କ୍ଷେତରେ ଆତ୍ମହତ୍ୟା କରିଛନ୍ତି । ଆତ୍ମାକୁରୁ ଉପଖଣ୍ଡ ପୁଲିସ ଅଧିକାରୀ ଆର ରମଣଜୀ ନାୟକ କହିଛନ୍ତି, ପୁଅ ନେଇଥିବା କୋଟି କୋଟି ଟଙ୍କାର ଋଣ ପରିଶୋଧ କରି ନ ପାରିବାରୁ ଦମ୍ପତି କୀଟନାଶକ ମିଶା ମୃଦ୍ୟୁ ପାନୀୟ ପିଇଥିଲେ । ସୂଚନା ଅନୁଯାୟୀ, ମହେଶ୍ୱର ରେଡ୍ଡୀ ୨ କୋଟି ଟଙ୍କାର ଋଣ ପରିଶୋଧ କରିବା ପାଇଁ ନିଜର ୫ ଏକର ଜମି ବିକ୍ରି କରିସାରିଛନ୍ତି । ଅବଶିଷ୍ଟ ଋଣ ପରିଶୋଧ ପାଇଁ ସ୍ଥାନୀୟ କଙ୍ଗାରୁ କୋର୍ଟରେ ରାଜି ହୋଇଥିବାରୁ ସେମାନେ ପରିବାରର ଘର ଏବଂ ଅନ୍ୟାନ୍ୟ ସମ୍ପତ୍ତି ହରାଇଥିବା ପୋଲିସ କହିଛି । ଗତ ୬ ମାସ ହେଲା ସ୍ୱାମୀ-ସ୍ତ୍ରୀ ଜଣେ ସମ୍ପର୍କୀୟଙ୍କ ସହ ରହୁଥିବା ବେଳେ ପୁଅ ହାଇଦ୍ରାବାଦରେ ରହୁଥିଲେ । ସେ କହିଛନ୍ତି ଯେ ଋଣଦାତାଙ୍କ ଚାପ ବଢ଼ୁଥିବାରୁ ଦମ୍ପତି ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking