27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଭାରତରେ ପହଞ୍ଚିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟ

ଭାରତରେ ପହଞ୍ଚିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିବା ପରେ ନିଜକୁ ସମ୍ଭାଳିପାରିନଥିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟ । ଦିଲ୍ଲୀ ଏୟାରପୋର୍ଟରେ ନିଜ ସମର୍ଥକଙ୍କୁ ଦେଖି କାନ୍ଦିପକାଇଥିଲେ ବିନେଶ । ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କ ଜନ୍ମମାଟିରେ ମଧ୍ୟ ତାଙ୍କୁ ବିଶେଷ ସ୍ୱାଗତ କରାଯାଇଛି । ଘିଅରେ ପ୍ରସ୍ତୁତ ଲଡୁ ସହ ବିଭିନ୍ନ ପ୍ରକାର ତେଲଭାଜି ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଭେଟି ଦେବା ସହ ପାଛୋଟି ନେଇଥିଲେ ।ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରେ ମାତ୍ର ଶହେ ଗ୍ରାମ ଓଜନ ପାଇଁ ଡିସକ୍ୱାଲିଫାଏଡ ହୋଇଥିଲେ ବିନେଶ। ‘କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ ସ୍ପୋର୍ଟ୍ସ’ ବା ‘ସିଏଏସ୍’ ଉପରେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌ଙ୍କ ଶେଷ ଆଶା ଥିଲା ବେଳେ ଦୁଇ ଦିନ ତଳେ ଆବେଦନକୁ ଖାରଜ କରିଦେବାରୁ ଏହା ଆଶା ବି ମଉଳି ଯାଇଛି। ଫଳରେ ସେ ଖାଲି ହାତରେ ଭାରତ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking