30.1 C
Bhubaneswar
Tuesday, May 5, 2026
Homeଓଡିଶାସମୁଦ୍ର କୂଳରେ ଯୁବକଙ୍କ ମୃତଦେହ ଉଦ୍ଧାର

ସମୁଦ୍ର କୂଳରେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀରେ ପୁଣି ଗଡ଼ିଲା ମୁଣ୍ଡ । ସମୁଦ୍ର କୂଳରେ ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଳା ସୋର ଥାନା ଅନ୍ତର୍ଗତ ଯୋଡ଼ା ଆମ୍ବ ଗ୍ରାମର ପ୍ରହଲ୍ଲାଦ ଦାସ । ତେବେ ପ୍ରହଲ୍ଲାଦ ଙ୍କୁ ଧାରୁଆ ଅସ୍ତ୍ର ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବଳିଆପଣ୍ଡା ଥାନା ପୋଲିସ ସହ ଅତିରିକ୍ତ ଏସପି, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ମୃତ ପ୍ରହଲ୍ଲାଦ ଓରଫ ବାପିନା ନାଁ ରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା କହିଛନ୍ତି ପୁରୀ ଏସପି । ସେହିପରି ଗତ ଚାରିଦିନ ପୂର୍ବେ ବାପିନାକୁ ସୋର ପୋଲିସ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ପୋଲିସକୁ ଚକମା ଦେଇ ସେ ପରିବାର ଲୋକଙ୍କ ସହ ଫେରାର ହୋଇଯାଇଥିଲା । ସେପଟେ ପୁରୀରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବାବେଳେ ପୋଲିସର ଅପରାଗତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking