କଟକ: ଜାଲ କାଗଜପତ୍ର ପ୍ରସ୍ତୁତ କରି ଜମି ବିକ୍ରି ମାମଲାରେ ୫ ଜଣଙ୍କୁ ଗିରଫ କରିଛି ଚାଉଳିଅ ।ଗଞ୍ଜ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୁନା ଓରଫ ସେକ ଅ ।ବିଦ(୪୫), ଲିଟୁନ୍ ଓରଫ ଇଝାର ଅହେମଦ ଖାନ(୩୬), ଲିଟୁ ଓରଫ ସ୍ମୃତିରଞ୍ଜନ ସମଦର୍ଶୀ(୪୩), ପ୍ରସନ୍ନ ଓରଫ ପର୍ଶୁରାମ ଭୋଇ(୫୯) ଏବଂ ଝାଟିଅ । ଓରଫ ଝାଟୁ ଓରଫ ସୁଶାନ୍ତ କୁମାର ରାଉତରାୟ (୪୬) । ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୯୮,୯୯୯ ଟଙ୍କା, ନକଲି ଭୋଟର କାର୍ଡ ଓ ଅ ।ଧାର କାର୍ଡ, ସରକାରୀ ଅଧିକାରୀମାନଙ୍କ ନକଲି ସିଲ୍, କମ୍ପ୍ୟୁଟର, ପ୍ରି ର, ମୋବାଇଲ୍ ଫୋନ ଅ ।ଦି ପୋଲିସ ଜବତ କରିଛି । ପୋଲିସ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି । ଚାଉଳିଅଗଞ୍ଜ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ସିଂଘପୁର ଗ୍ରାମର ନୀହାର ରଞ୍ଜନ ସେନାପତି ଚାଉଳିଅ ।ଗଞ୍ଜ ଥାନାରେ ଏତଲା ଦେଇଥିଲେ ଯେ, କଟକ ଗଣ୍ଡରପୁର ଠାରେ ତାଙ୍କର ଏକ ପ୍ଲଟ ରହିଛି । ଉକ୍ତ ପ୍ଲଟରେ ଏକ ବିଲଡିଂ ମଧ୍ୟ ରହିଛି । ଉକ୍ତ ପ୍ଲଟ୍ଟିକୁ ବିକ୍ରି କରିବା ପାଇଁ ତାଙ୍କୁ ବହୁ ଲୋକ ଫୋନ୍ କରନ୍ତି । ସେଥିପାଇଁ ସେ ଉକ୍ତ ପ୍ଲଟ୍ରେ ତାଙ୍କ ଶଳାଙ୍କ ଫୋନ୍ ନମ୍ବର ସହ ପ୍ଲଟ୍ ବିକ୍ରି ପାଇଁ ନୁହଁ ବୋଲି ପୋଷ୍ଟରରେ ଉଲ୍ଲେଖ କରିଥିଲେ । ପୋଷ୍ଟର ମାରିବା ପରେ ଜଣେ ଦୁର୍ବୃ ର୍ ସେହି ପ୍ଲଟ୍ କିଣିଥିବା ତାଙ୍କ ଶଳାଙ୍କୁ ଫୋନ୍ କରି କହିବା ସହ ଧମକ ଦେଇଥିଲେ । ସେ ପ୍ଲଟ୍ର ଇସି ବାହାର କରିବା ପରେ ଜୁନ୍ ୧୯ ତାରିଖରେ ଜଣେ ଅଜଣା ବ୍ୟକ୍ତିକୁ ଉକ୍ତ ପ୍ଲଟ୍ ବିକ୍ରି ହୋଇଥିବା ଜାଣିବାକୁ ପାଇଥିଲେ । ସେ ପୁଣି ଉକ୍ତ ପ୍ଲଟ୍ରେ ପୋଷ୍ଟର ଲଗାଇଥିଲେ । ଅ ।ଉ ଥରେ ତାଙ୍କୁ ଫୋନ୍ କଲ୍ରେ ଜୀବନରୁ ମାରିଦେବାର ଧମକ ମିଳିଥିଲା । ସେ ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ପରେ ତଦନ୍ତ କରିଥିଲା ।










