27.1 C
Bhubaneswar
Wednesday, March 25, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଧନୀ ହେଲେ ହେଉ କିଏ ବା ଗରିବ
ବୁଝେ ଯେ ବନ୍ଧୁତ୍ୱ ଭାବ,
ଫିକା ପଡ଼େ ନାହିଁଁ ବନ୍ଧୁତ୍ୱଟି କେବେ
ଅତୁଟ ସେ ଯୁଗ ଯୁଗ ।

ମନକୁ ଯେତେ ନିର୍ମଳ ରଖିବ ସାରା ଜଗତଟା ସେତେ ନିର୍ମଳ ଦିଶିବ ….*
ନିଜକୁ ଯେତେ ସତ୍ ରଖିବ ସାରା ସଂସାରଟା ସେତେ ସତ୍ ଲାଗିବ ।

ବୟସ ଏବଂ ଜୀବନ ମଧ୍ୟରେ ପାର୍ଥକ୍ୟ କ’ଣ ଜାଣନ୍ତି କି…..?*
ପ୍ରିୟଜନଙ୍କ ବିନା ବିତାଇଥିବା ସମୟ ହେଉଛି ‘ବୟସ’ ଏବଂ ପ୍ରିୟଜନଙ୍କ ସହ ବିତେଇଥିବା ସମୟ ହେଉଛି ‘ଜୀବନ ‘ ।

ଆଜି କାଲିର ସମ୍ପର୍କ ଏମିତି ହୋଇଯାଇଛି ଯେ ତୁମେ ଯଦି ଏପଟୁ ଡାକ ନଦିଅ ସେପଟୁ କିଛି ବି Aawaj ଶୁଭିବ ନାହିଁଁ ।
ପରିବାରରେ ପିତା ମାତା ଘରେ, ଏହି ଦୁଇଜଣ ଜୀବନରେ ବନ୍ଧୁ…ଏମାନେ କେବେ ସାଧାରଣ ହୋଇ ନଥାନ୍ତି କାରଣ ନିର୍ମାଣ ଆଉ ପ୍ରଳୟ ଏହିମାନଙ୍କ ହାତରେ ହିଁ ଥାଏ।କାହାକୁ ଖୁସି ନ ଦେଇପାରିଲେ ଦୁଃଖ ଦେବ ନାହିଁ,ଭଲ ପାଇ ନ ପାରିଲେ ଘୃଣା କରିବ ନାହିଁ,ସାଥି ହୋଇ ନ ପାରିଲେ ଶତ୍ରୁ ହେବ ନାହିଁ। ନିଜେ ଚରିତ୍ର ବାନ ହେଲେ ପିଲାମାନେ ଚରିତ୍ର ବାନ ହୋଇ ଥାଆନ୍ତି। ଏହା ହେଉଛି ନିର୍ମାଣ ଏବଂ କୁ ଚରିତ୍ର ବାନ ହେଲେ ପ୍ରଳୟ କୁହା ଯାଏ।*
ଯାହାର ବିଚାର ଅଦାଲତ କରିପାରେ ନାହିଁ,ତାର ବିଚାର ସମୟ କରିଦିଏ ଆଉ ସମୟ ଯେତେବେଳେ ବିଚାର କରେ,ସେତେବେଳେ କୌଣସି ସାକ୍ଷୀ ପ୍ରମାଣର ଆବଶ୍ୟକ ପଡ଼େ ନାହିଁ।*
କ୍ଷମତାର ଗର୍ବରେ ମଣିଷ ନିଜର ଭୁଲ୍ ଠିକ୍ ଜାଣି ପାରେ ନାହିଁ। ତେଣୁ ନିଜର ଦକ୍ଷତା ହରେଇ ଦିଏ ।କିନ୍ତୁ ସବୁ ଚାଲିଗଲା ପରେ ସେ ଯେତେ କ୍ଷମା ପ୍ରାର୍ଥନା କଲେ ମଧ୍ୟ ତାକୁ ଭଗବାନ ବି କ୍ଷମା କରନ୍ତି ନାହିଁ।

ଅଦ୍ଯ କର୍କଟ ଦି୩୧ନ, ଶ୍ରାବଣ ଶୁକ୍ଳ ଦଶମୀ ଦ୧୨।୩୨ ଦିଘ୧୦।୩୧,ଜ୍ୟେଷ୍ଠା ଦ୨୦।୧୭ ଦିଘ୧।୩୭ ବିଛା ଚନ୍ଦ୍ର ଦ୨୦ ।୧୭ ଦିଘ୧ ।୩୭।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କର୍କଟ ଦ୫/୨୧/୨୦ ଇଂଘ ୫/୩୦/୭ ଗତେ ଉଦୟ।
ମକର ଦ୪/୨୫/୦ ଇଂଘ ୬/୧୧/୦ ଗତେ ଅସ୍ତ ।

ଯୋଗିନୀ ଉତ୍ତରେ । ଦିବା ଘ୧୦ ।୩୧ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧।୩୭ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧।୩୭ ଗତେ ଧନୁ ମୀନ ମେଷ ମିଥୁନ କର୍କଟ ସିଂହ ବିଛା ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୨।୫୮ ଗତେ ଘ୬।୮ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୮ ଗତେ ଘ୧।୧୩ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ଦିବା ଘ୧ ।୩୭ ମଧ୍ୟେ ଦଶମାସ ଗଣ୍ଡଦୋଷ । ସ୍ବର୍ଣ ଓ ପୀତବସ୍ତ୍ର ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମ୍ବୀ (କଳମଶାଗ) ଦିବା ଘ୧୦ ।୩୧ ଗତେ ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ ।ଅଦ୍ୟ ସୁଦଶାବ୍ରତ ।ମାସାନ୍ତ ।

(ଅମୃତ) – ଦିବା ଘ୧।୨୦ ଗତେ ଘ୩।୪୪ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୭।୭ ମଧ୍ୟେ ଘ୧୦।୧୯ ଗତେ ଘ୧୨ ।୪୩ ମଧ୍ୟେ ।
ରାଶି ଫଳ
ମେଷ:
ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । କୌଣସି ଲୋକ ଆପଣଙ୍କର ପରାମର୍ଶ ନେବେ। ବେପାରରେ ଯଥେଷ୍ଟ ଲାଭ ହେବ।*

ବୃଷ:
କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ ଅଚାନକ ଅର୍ଥ ଆସିବ । ବାପାଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନନେବେ।*

ମିଥୁନ:
କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ଆପଣଙ୍କ ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।*

କର୍କଟ:
ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ ଆଇନଜୀବୀଙ୍କ ଲାଗି ଦିନଟି ଉତ୍ତମା ଅଚାନକ ଧନଲାଭ ହେବ।*

ସିଂହ:
ଧର୍ମକର୍ମ କରନ୍ତୁ ଲାଭ ମିଳିବ। ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବା କାରବାର ସମ୍ବନ୍ଧୀୟ କାର୍ଯ୍ୟରେ ଦୂର ସ୍ଥାନକୁ ଯିବେ।*

କନ୍ୟା:
ପ୍ରଭୁଙ୍କ ଦର୍ଶନ କରନ୍ତୁ, ମନସ୍କାମନା ପୂରଣ ହେବ।ଅଫିସରେ ସ୍ଥଗିତ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ନୂଆ କାରବାରରେ ଅର୍ଥ ଲଗାଇବେ।*

ତୁଳା:
କାରଖାନାରେ ମେସିନ ଖରାପ ହେବା ଯୋଗୁଁ ଚିନ୍ତିତ ରହିବେ। ପରିବାର ପକ୍ଷରୁ କୌଣସି ଭଲ ଖବର ମିଳିବା ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।*

ବିଛା
ବନ୍ଧୁ ଉତ୍ତମ ପରାମର୍ଶ ଦେବା ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।*

ଧନୁ:
ପୁଞ୍ଜି ବଜାରରେ ନିବେଶ ପାଇଁ ଭଲ ଦିନଟିଏ। ନେତୃତ୍ବ ନେବାର କ୍ଷମତା ଆତ୍ମବିଶ୍ବାସ ବଢ଼ାଇବ। ପାରିବାରିକ ଜୀବନ ସୁଖମୟ ହେବ।*

ମକର:
ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ଅଫିସରେ ଆହ୍ବାନର ସାମନା କରିବାକୁ ସକ୍ଷମ ହେବେ। ଘରକୁ ବନ୍ଧୁ ଆସିବେ।*

କୁମ୍ଭ:
ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅର୍ଥ ଦେବା-ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।*

ମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି । ବିଶେଷ କାର୍ଯ୍ୟ କରିବେ। ସମ୍ପର୍କରେ ସୁଧାର ଆସିବ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking