19.1 C
Bhubaneswar
Monday, December 8, 2025
Homeଓଡିଶାବନ ବିଭାଗ କ୍ୟାମେରା ୩ ଶିକାରୀ କଏଦ

ବନ ବିଭାଗ କ୍ୟାମେରା ୩ ଶିକାରୀ କଏଦ

ବାରିପଦା : ବନ ବିଭାଗ କ୍ୟାମେରାରେ କଏଦ ହେଲା ଶିକାରୀଙ୍କ ଫଟୋ। ବନ୍ଧା ହେଲେ ୩ ଶିକାରୀ। ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ପିଠାବଟା ରେଞ୍ଜରେ ବନ ବିଭାଗ ପକ୍ଷରୁ କ୍ୟାମେରା ଲଗାଯାଇଥିଲା । ଏହି କ୍ୟାମେରା ତିନି ଜଣ ଶିକାରୀଙ୍କୁ କାବୁ କରିଛି । ଉକ୍ତ ତିନି ଜଣ ଶିକାରୀଙ୍କର ମଧ୍ୟ ପରିଚୟ ମିଳିଛି । ବନ ବିଭାଗ ସେମାନଙ୍କୁ କାବୁ କରିବା ପରେ ସେମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି । ଶିକାରୀମାନଙ୍କ ଠାରୁ ବନ୍ଧୁକ, ବନ୍ୟଜନ୍ତୁଙ୍କ ନଖ, ଶିଙ୍ଘ,ଧନୁତୀର, ବାରୁଦ ଭଳି ବେଆଇନ ସାମଗ୍ରୀ ଜବତ କରାଯାଇଛି । ବନ ବିଭାଗ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିକାରୀଙ୍କୁ ଗିରଫ କରିବ ବନ ବିଭାଗ । ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking