14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆମେରିକାରେ ଉଠିଲା ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବିରୋଧର ସ୍ୱର

ଆମେରିକାରେ ଉଠିଲା ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବିରୋଧର ସ୍ୱର

ୱାଶିଂଟନ୍‌: ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ହେଉଥିବା ଆକ୍ରମଣକୁ ବିରୋଧ କରି ଆମେରିକାରେ ପ୍ରତିବାଦ ହୋଇଛି । ହୋଷ୍ଟନ ସହରର ସୁଗାରଲାଣ୍ଡ ସିଟିରେ ଏକାଠି ହେଉଛନ୍ତି ଶହ ଶହ ହିନ୍ଦୁ । ପ୍ରାୟ ୩ଶହରୁ ଅଧିକ ଭାରତୀୟ ଓ ବାଂଲାଦେଶୀ ହିନ୍ଦୁ ସମ୍ପ୍ରଦାୟର ମହିଳା ଓ ପୁରୁଷମାନେ ହାତରେ ପ୍ଲାକକାର୍ଡ ଧରି ନାରାବାଜୀ କରିଛନ୍ତି । ବଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ଆକ୍ରମଣ ଜାରି ରହିଛି । ଏହି ମାମଲାରେ ଆମେରିକା ନୀରବତା ଭାଙ୍ଗି ହସ୍ତକ୍ଷେପ କରୁ ବୋଲି ସେମାନେ ଦାବି କରିଛନ୍ତି ।

ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ବାଇଡେନ ପ୍ରଶାସନ ତତ୍ପରତା ଦେଖାଉ ବୋଲି ସେମାନେ ଦାବି କରିବା ସହ ‘ସେଭ ହିନ୍ଦୁ ଇନ ବାଂଲାଦେଶ’ ଲେଖାଥିବା ପ୍ଲାଟକାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିଯୁକ୍ତିରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣକୁ ନେଇ ବାଂଲାଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ହିଂସକ ହେବା ସହ ରାଜନୈତିକ ଅସ୍ଥିରତାରେ ପରିବର୍ତ୍ତିତ ହୋଇସାରିଛି । ‘ଆୱାମୀ ଲିଗ’ର ସରକାର ପତନ ହୋଇସାରିଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି ।

ରାଜନୈତିକ ହିଂସା ଏବେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହେବା ପରି ସ୍ଥିତି ସୃଷ୍ଟି ହେଲାଣି । ଆଇନ ଶୃଙ୍ଖଳା ଭୁଶୁଡି ପଡିବା କାରଣରୁ ବିଭିନ୍ନ ସ୍ଥାନରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେବାର ଘଟଣା ସାମ୍ନାକୁ ଆସିଛି । ହିନ୍ଦୁ ପରିବାର ଓ ସେମାନଙ୍କ ଧାର୍ମିକସ୍ଥଳୀକୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ । ନୂତନ ତଥା ସେନା ସମର୍ôଥତ ଅନ୍ତରୀଣ ସରକାରର ନେତୃତ୍ୱ ନେଇଥିବା ମହମ୍ମଦ ୟୁନୁସ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକଟ କରିସାରିଛନ୍ତି । ଭାରତରେ ବାଂଲାଦେଶ ହିଂସାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଭାରତୀୟ ସୀମାରେ ଏବେ ହାଇଆଲର୍ଟ ଜାରି ରହିଥିବା ବେଳେ ହିନ୍ଦୁଙ୍କୁ ଆକ୍ରମଣ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି । ଭାରତର ବିଭିନ୍ନ ରାଜ୍ୟରେ ଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଚିହ୍ନଟ କରି ଦେଶରୁ ତଡିବା ପାଇଁ ଦାବି ଉଠିଲାଣି । ଓଡିଶା ସମେତ ବିଭିନ୍ନ ପୂର୍ବ-ଭାରତୀୟ ରାଜ୍ୟରେ ବାଂଲାଦେଶୀ ସନ୍ଦିଗ୍ଧଙ୍କୁ ଲୋକମାନେ ଧରି ପୋଲିସ ଜିମା ଦେଉଥିବାର ଖବର ଆସିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking