24.1 C
Bhubaneswar
Monday, March 23, 2026
Homeଓଡିଶାକଳିଙ୍ଗନଗରରେ ପାଳନ ହୋଇଯାଇଛି ଅନ୍ତର୍ଜାତୀୟ ଆଦିବାସୀ ଦିବସ

କଳିଙ୍ଗନଗରରେ ପାଳନ ହୋଇଯାଇଛି ଅନ୍ତର୍ଜାତୀୟ ଆଦିବାସୀ ଦିବସ

ଯାଜପୁର : କଳିଙ୍ଗନଗର ର ବିରଭୂମି ପଡିଆରେ ଶୁକ୍ର ବାର ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ବିଶ୍ୱ ଆସିବାସୀ ଦିବସ ପାଳନ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଏସ.ଡି.ସି ଚେୟାରମେନ ଲମ୍ବୋଧର ମୁଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ l ଏବଂ ସମ୍ମାନିତ ଅତିଥି ଭାବେ ଡା ଲକ୍ଷ୍ମୀକାନ୍ତ ସୋରେନ, ଜିଲ୍ଲାପରିଷଦ ଜେମାଚାଖି ଓ ସାଧୁ ଚରଣ ତିୟୁ ପ୍ରମୁଖ ଯୋଗଦେଇ ଆଦିବାସୀ ସମାଜର ଐତିହ୍ୟ ପରମ୍ପରା ଓ ଭାଷାକୁ କିପରି ଉନ୍ନତ ହୋଇପାରିବ ଓ ଆଗାମୀ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇରହିବ ଏବଂ ଆଦିବାସୀ ଯୁବକ ଯୁବତୀ ମାନେ କିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜରେ ମୂଖ୍ୟ ସ୍ରୋତରେ ସାମିଲ ହୋଇ ଅଞ୍ଚଳ ତଥା ଦେଶର ପ୍ରଗତିପଥରେ ସହାୟକ ହୋଇପାରିବେ l ଏନେଇ ପୁ୍ଖାନୁପୁଙ୍କ ଭାବେ ଅଭିଭାଷଣ କରିଥିଲେ l ତେବେ ଏହି ବିଶ୍ୱ ଆଦିବାସୀ ଦିବସକୁ ଆବାହନ କାଳରୁ ପାଳନ କରିଆସୂଥିବା ବେଳେ ଚଳିତ ବର୍ଷ ମଧ୍ୟ ବେଶ ଧୂମଧାମରେ ପାଳନ କରାଯାଇଛି l ଏହି ଉତ୍ସବକୁ କଳିଙ୍ଗନଗର ଅଞ୍ଚଳର ଆମ୍ବଗଡ଼ିଆ ଓ ଗୋବରଘାଟି ଅଞ୍ଚଳର ଅଧିବାସୀ ମାନେ ଏକତ୍ରିତ ଭାବେ ପାଳନ କରିଥାନ୍ତି l ବିସ୍ଥାପିତ ମାନଙ୍କ ଯେଉଁ ସମସ୍ୟା ରହିଚି l ସମସ୍ୟା ଗୁଡ଼ିକୁ ସରକାର ଅବିଳମ୍ବେ ପୂରଣ କରି ବା ପାଇଁ ଦାବି କାରା ଯାଇ ଥିଲା l ଉକ୍ତ ଉତ୍ସବଟି ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ସଭାପତି ବିରେନ ଜାମୁଣ୍ଡାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା l ତେବେ ଆଦିବାସୀ ଐତିହ୍ୟ ପରମ୍ପରା ଅନୁଯାୟୀ ମହିଳା ପୁରୁଷ ତଥା ଯୁବକ ଯୁବତୀ ମାନେ ଏକମନ ଏକ ତାଳରେ ଗୀତଗାଇ ନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି ମୋହlଲ ପରିବେଶ ରେ ଆକାଶ ର ବାଦଲ ଖଣ୍ଡ ସୁଲୁସୁଲିଆ ପବନ ରେ ଆଦିବାସୀ ଙ୍କ ନାଚ ବାଦ୍ୟ ଗୀତ ତାଳ ରେ ଭାବ ବିହୋଳ ହୋଇ ପଡ଼ି ଥିଲେ ଓ ଭାଇ ଚାରା ସୃଷ୍ଟି କରି ଥିଲା l ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ କୃଷ୍ଣ ଚନ୍ଦ୍ର ହାଇବ୍ରୁ, ରବୀନ୍ଦ୍ର ଜେନାମଣୀ, ଟୁକୁ ମହନ୍ତ, ଲକ୍ଷ୍ମଣ ଜାମୁଣ୍ଡା, ଭୀମ ମହନ୍ତ, ଦୋଳଗୋବିନ୍ଦ ମହନ୍ତ, ତ୍ରିଲୋଚନ ମହନ୍ତ, ଲାଲମୋହନ ସଏ, ଗୋପୀନାଥ ସୋରେନ, ମିନୁ ସଏ, ରାମ କେରାଇ, ସାଗର ହେମ୍ବ୍ରମ, ଲାଲସିଂ ପୂର୍ତ୍ତି, ପାନ ପୂର୍ତ୍ତି, ନାଣ୍ଡି କେରେଇ, ମଟାଇ ଜାମୁଣ୍ଡା, ମାଙ୍ଗିଲାଲ ତିୟୁ ଓ ହୀରାବତୀ ପୂର୍ତ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିବାବେଳେ ଉତ୍ସବରେ ଶତାଧିକ ମହିଳାପୁରୁଷ ଯୋଗଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking