23.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଆଇଏମ୍‌ଏ ସଭାପତିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ; ବ୍ୟକ୍ତିଗତ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ

ଆଇଏମ୍‌ଏ ସଭାପତିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ; ବ୍ୟକ୍ତିଗତ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ଦେଶର ନ୍ୟାୟପାଳିକାକୁ ବାହାରେ ସମାଲୋଚନା କରିବା ଏବଂ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) ସଭାପତି ଆରଭି ଅଶୋକାନ୍‌ଙ୍କ ଉପରେ ଆଜି ସୁପ୍ରିମକୋର୍ଟ ଜୋରଦାର ବର୍ଷିଛନ୍ତି । ଏଥିସହ ଦେଶର କେତେକ ଅଗ୍ରଣୀ ସମ୍ବାଦପତ୍ରରେ ବ୍ୟକ୍ତିଗତ ମାଫିନାମା (କ୍ଷମାପ୍ରାର୍ଥନା) ଘୋଷଣା କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ମଙ୍ଗଳବାର ଏହି ମାମଲାରେ ଶୁଣାଣି କରିବା ପୂର୍ବକ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଶୋକାନ୍‌ଙ୍କୁ ନିଜ ଖର୍ଚ୍ଚରେ (ଆଇଏମ୍‌ଏ ପ୍ରତିନିଧୀ ଭାବେ ନୁହେଁ) ସର୍ବସାଧାରଣରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଖଣ୍ଡପୀଠ, ଅଶୋକାନ୍‌ଙ୍କୁ କହିଛନ୍ତି ଯେ, ‘କ୍ଷମା ମାଗିବା ପାଇଁ ଆବଶ୍ୟକୀୟ ଖର୍ଚ୍ଚ ତୁମ ପକ୍ଷରୁ ଏବଂ ନିଜ ପକେଟରୁ ହେବା ଆବଶ୍ୟକ, ଆଇଏମ୍‌ଏ ପକ୍ଷରୁ ନୁହେଁ ।’
ପ୍ରକାଶ, ଶ୍ରୀ ଅଶୋକାନ୍ ପିଟିଆଇକୁ ଏକ ସାକ୍ଷାତକାର ଦେବା ଅବସରରେ କୋର୍ଟଙ୍କ ବିଚାରବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ କିଛି ମାତ୍ରାରେ ସମାଲୋଚନା କରିଥିଲେ, ଯାହାକି ପରବର୍ତ୍ତୀ ସମୟରେ ବିବାଦୀୟ ସାକ୍ଷାତକାର ଭାବେ ବିବେଚିତ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଅଶୋକାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଛନ୍ତି । ଅଶୋକାନ୍‌ଙ୍କୁ ସାର୍ବଜନୀନ କ୍ଷମା ପ୍ରାର୍ଥନାକୁ ପୁଙ୍ଖାନୁପୁଙ୍ଖ କରିବାକୁ ପଡିବ ବୋଲି ଜଷ୍ଟିସ କୋହଲି ଦୃଢ଼ତାର ସହ କହିଥିଲେ । ଏଥିସହ ସେ ଦେଇଥିôବା ସାକ୍ଷାତକାର ଯେଉଁସବୁ ସମ୍ବାଦପତ୍ରରେ ପ୍ରକାଶନ ହୋଇଛି ସେସବୁ ସମ୍ବାଦପତ୍ର ଜରିଆରେ କ୍ଷମାପ୍ରାର୍ଥନା କରିବାକୁ ବିଚାରପତି କହିଛନ୍ତି ।  ତେବେ ଏସବୁ ମଧ୍ୟରେ ଆସୋକାନଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ଆଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଅନୁରୋଧ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସମୟ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିଜ ଆୟୁର୍ବେଦୀୟ ଔଷଧର ପ୍ରଚାର ପ୍ରସାର ପାଇଁ ଆଧୁନିକ ତଥା ପ୍ରମାଣଭିତ୍ତିକ ଏଲୋପ୍ୟାଥି ଔଷଧକୁ ଭ୍ରମିତ କରୁଥିବା ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିବା ପାଇଁ ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ପ୍ରତିଷ୍ଠାତା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଆଇଏମ୍‌ଏ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଆସିଥିବା ରାୟ ଉପରେ ଆଇଏମ୍‌ଏ ପକ୍ଷରୁ କେତେକ ପ୍ରତିକ୍ରିୟା ଦିଆଯାଇଥିଲା, ଯାହାକି କୋର୍ଟଙ୍କ ରାୟକୁ ବିରୋଧାଭାସ କରିବା ଭଳି ହୋଇଥିଲା । ସେହିପରି ମେଡିକାଲ କ୍ଷେତ୍ରରେ ଅନୈତିକ ଅଭ୍ୟାସକୁ ସମାଧାନ କରିବା ପାଇଁ ଡାକ୍ତରଙ୍କ ନିର୍ଦ୍ଦେଶକୁ କୋର୍ଟ ଭର୍ତ୍ସନା କରିବାକୁ ନେଇ ମଧ୍ୟ ଆଇଏମ୍‌ଏ ପକ୍ଷରୁ ସର୍ବସାଧାରଣରେ ସମାଲୋଚନା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking