27.1 C
Bhubaneswar
Tuesday, September 22, 2026
Homeଅପରାଧଝିଆରୀକୁ ଟାଙ୍ଗିଆରେ ହାଣିଲା ଦାଦା

ଝିଆରୀକୁ ଟାଙ୍ଗିଆରେ ହାଣିଲା ଦାଦା

ବାରିପଦା : ଝିଆରୀକୁ ଟାଙ୍ଗିଆରେ ହାଣିଲା ଦାଦା । ଏଭଳି ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ବେଗୁନିଆ ସାହି କେଶପଡାରେ ଘଟିଛି। ନିମାଇଁ ମାରାଣ୍ଡିଙ୍କ ସହିତ ଝିଆରୀ ସୀତା ଟୁଡୁଙ୍କର ଦୀର୍ଘ ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଜମିବାଡ଼ି ଘଟଣାକୁ ନେଇ ଦାଦା ନିମାଇଁଙ୍କ ସହିତ ଝିଆରୀଙ୍କର ଝଗଡା ହୋଇଥିଲା। ଦାଦା ଉତ୍ୟକ୍ତ ହୋଇ ଘରେଥିବା ଟାଙ୍ଗିଆରେ ଝିଆରୀଙ୍କୁ ଚୋଟ ମାରିଥିଲେ। ଟାଙ୍ଗିଆ ଚୋଟରେ ଝିଆରୀଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଶରତ ଥାନା ପୁଲିସ୍ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ନିମାଇଁଙ୍କୁ ଗିରଫ କରିଛନ୍ତି। ପୁଲିସ୍ ତଦନ୍ତ ପରେ ଜମି ବାଡ଼ି ବିବାଦ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଦାଦା ହତ୍ୟା କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking