19.1 C
Bhubaneswar
Wednesday, January 21, 2026
Homeଓଡିଶାଗୁଳି ମାଡ଼ରେ ୨ ମୃତ

ଗୁଳି ମାଡ଼ରେ ୨ ମୃତ

ସୁବର୍ଣ୍ଣପୁର : ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ବୀଭତ୍ସ ଘଟଣା ଆଜି ସନ୍ଧ୍ୟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁ ନିକଟରେ ଘଟିଛି। ମୃତ ଯୁବକ ଦୁଇ ଜଣ ହେଲେ ଚୁଲିମାଲ ଗାଁର ଓ ସହଦେବ ଝାଙ୍କର। ଉଭୟ ସମ୍ପର୍କରେ ଭାଇ। ଏମାନଙ୍କ ଭିତରେ ଜଣେ କନ୍‌ଷ୍ଟେବଲ ଓ ଅନ୍ୟ ଜଣେ ପିଏସ୍‌ଓ ଭାବେ ଚାକିରି କରୁଥିଲେ। ତେବେ କିଏ କାହାକୁ ଗୁଳି କରିଥିଲେ, ତାହା ଜଣାପଡ଼ି ନାହିଁ।

ଚୁଲିମାଲ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ କୁକୁଡ଼ା ଫାର୍ମ। ଅଭିଯୋଗ ଅନୁସାରେ ସେହିଠାରୁ ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତା’ପରେ କଥା ଉଗ୍ରରୂପ ଧାରଣ କରିଥିଲା। ଜଣେ ଅନ୍ୟ ଜଣଙ୍କ ମୁଣ୍ଡକୁ ଗୁଳି କରିଥିବା ଅଭିଯୋଗ ହେଉଛି। ତା’ପରେ ଗୁଳି କରିଥିବା ଯୁବକ ନିଜ ମୁଣ୍ଡରେ ଗୁଳି କରିଥିବା ଅଭିଯୋଗ ହେଉଛି।

ତେବେ ଗୁଳିକାଣ୍ଡର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରି ନାହିଁ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ଗୋଟିଏ ସର୍ଭିସ୍‌ ରିଭଲଭର୍‌ ଜବତ କରିଛି। ବନ୍ଧୁକଟି ଘଟଣାସ୍ଥଳରେ ପଡ଼ିଥିବା ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ କହିଛନ୍ତି। ସେପଟେ ସୁବର୍ଣ୍ଣପୁର ଏସ୍‌ପି ୟଶ ପ୍ରତାପ ଶ୍ରୀମାଳ ମେଡ଼ିକାଲ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଏସ୍‌ପି ଗୁଳିକାଣ୍ଡ ଘଟିଥିବା ସ୍ଥାନକୁ ଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking