ଗଞ୍ଜାମ : ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରୁ ୧୮ ଭରିର ଅଳଙ୍କାର ଲୁଟ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ମଥୁରା ଗାଁରେ ଘଟିଛି । ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଘରେ ଥିବା ୧୮ ଭରିର ସୁନା,ରୁପା ଅଳଙ୍କାର ନେଇଯାଇଛନ୍ତି । ଏହି ଖବର ଘରର ମାଲିକ ପାଇ ସାରିବା ପରେ, ଘରେ ପହଁଚିଲାବେଳକୁ ଘରର ସମସ୍ତ ସାମଗ୍ରୀ ଲୁଟ ହୋଇଯାଇଛି । ତା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ପୋଲିସ ଘଟଣାର ତଦନ୍ତ କରୁଛି ।