16.1 C
Bhubaneswar
Saturday, December 20, 2025
Homeଖେଳଆରପାରିରେ କ୍ରିକେଟର ଗ୍ରାହମ ଥୋର୍ପେ

ଆରପାରିରେ କ୍ରିକେଟର ଗ୍ରାହମ ଥୋର୍ପେ

ନୂଆଦିଲ୍ଲୀ: ଆରପାରିର ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗ୍ରାହମ ଥୋର୍ପେ। ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ତିନିଥର ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକତ୍ୱ ରହିଥିଲେ। ୨୦୧୦ରୁ ୨୨ ମଧ୍ୟରେ ସେ ତାଙ୍କ ଦେଶ ପାଇଁ ବିଭିନ୍ନ କୋଚ ଭୂମିକାରେ କାମ କରିଛନ୍ତି। ତାଙ୍କ ବିୟୋଗ ଇଂଲଣ୍ଡ କ୍ରିକେଟ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଗଲା। ତେବେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି ଦୁଃଖଦ ଖବରର ପୋଷ୍ଟ ସେୟାର କରି କହିଛି,‘ ଦୁଃଖର ସହ କହିବାକୁ ପଡ଼ୁଛି କ୍ରିକେଟର ଗ୍ରାହମ୍ ଥୋର୍ପେଙ୍କ ଦେହାନ୍ତ ହୋଇଯାଇଛି।’ପ୍ରକାଶିତ ଖବର ଅନୁଯାୟୀ, ଗ୍ରାହମ୍ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କେଉଁ କାରଣରୁ ସେ ଅସୁସ୍ଥ ଥିଲେ ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ‌ହୋଇପାରି ନଥିଲା। ଗ୍ରାହମ୍ ଅଷ୍ଟ୍ରେଲିଆରେ ନିଜର କୋଚିଂ କ୍ୟାରିଅର୍ ଆରମ୍ଭ କରିଥିଲେ, ଯେଉଁଠାରେ ସେ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ ୱାର୍ନରଙ୍କ ଭଳି ଖେଳାଳିଙ୍କ ସହ କାମ କରିଥିଲେ । ଏହାପରେ ସେ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking