17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶକେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା

କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ସିବିଆଇ ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଖାରଜ ହୋଇ ଯାଇଛି। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଏକ୍ସାଇଜ୍ ପଲିସି ସ୍କାମ ମାମଲାରେ ସିବିଆର ଗିରଫଦାରୀକୁ ବିରୋଧ କରି କେଜ୍ରୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ବିନା ଉଚିତ କାରଣ ନ ଥାଇ ସିବିଆଇ ଗିରଫ ନ ଥିବ ବୋଲି କୋର୍ଟ କହିଛନ୍ତି । କିନ୍ତୁ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ନିମ୍ନ ଅଦାଲତ ନିକଟକୁ ଯିବାକୁ ଅନୁମତି ଦେଇଛନ୍ତି । ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଦୁର୍ନୀତି ମାମଲାରେ ସିବିଆଇ ଜୁନ ୨୬ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା । ମାମଲାରେ ସିବିଆ ଅଗଷ୍ଟ ୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତରେ ରଖିବ । ସେ ବର୍ତ୍ତମାନ ଉଭୟ ସିବିଆଇ ଏବଂ ଇଡି ମାମଲାରେ ଦିଲ୍ଲୀର ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି । ନିକଟରେ, ଏଫଆଇଆର ପଞ୍ଜୀକୃତ ହେବାର ୭୧୨ ଦିନ ପରେ ଏବଂ ଏକ୍ସାଇଜ୍ ସ୍କାମ ସହ ଜଡିତ ଏକ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିବା ପରେ ସିବିଆଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ପାଞ୍ଚଜଣଙ୍କ ବିରୋଧରେ ରାଉସ୍ ଏଭିନ୍ୟୁ କୋର୍ଟରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇ ଏହି ମାମଲାର ତଦନ୍ତ ଶେଷ କରିଛି।
ଅନ୍ୟପକ୍ଷରେ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ବିଆରଏସ ନେତା କେ କବିତା ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking