25.1 C
Bhubaneswar
Thursday, February 12, 2026
Homeଓଡିଶାଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ କରିଛି। କଟକ,ଖୋର୍ଦ୍ଧା, ଭଦ୍ରକଓ ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ ,ଭଦ୍ରକ ଆଚାର୍ୟ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି। ସେହିପରି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ପ୍ରଦୀପଙ୍କ ପୁଅ ନାଁରେ ଥିବା ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ପ୍ରଦୀପଙ୍କ ଯାଜପୁର ଓ ଖୋର୍ଦ୍ଧାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ଭୋର ପ୍ରାୟ ୪ଟା ସମୟରେ ୧୨ ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୯ ଡିଏସପି ସହ ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking