ମାଲକାନଗିରି : ବନ୍ଦ ହେଲା ମାଲକାନଗିରିକୁ ଲକ୍ଷ୍ମୀ ଏସି ବସ୍ ସେବା । ଜିଲ୍ଲାର ୬ଟି ରୁଟରେ ବସ୍ ଚଳାଚଳ ବନ୍ଦ କରାଯିବା ନେଇ ସୂଚନା ରହିଛି । ଆରଟିଓ ବସ ଚଳାଚଳ ପରମିଟକୁ ବାତିଲ କରିଛନ୍ତି । ତେବେ ସମସ୍ତ ବସ ଅପରେଟର ଏହି ନୂଆ ନିୟମକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ, ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସମସ୍ତ ବସ୍ ସେବା ବନ୍ଦ କରାଯିବ । ସୂଚନା ଅନୁସାରେ, ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା, ବର୍ତ୍ତମାନ ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯିବ । ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ କରାଯିବା ନେଇ ଓଏସଆରଟିସି ଘୋଷଣା କରିଛି । ଓଏସଆରଟିସି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ମାଲକାନଗିରି କାଲିମେଳା, ପଡିଆ, କୋରୁକୋଣ୍ତ, ଚିତ୍ରକୋଣ୍ତା, ଖଇରପୁଟ ଏବଂ ମାଥିଲି ରୁଟରେ ଚାଲୁଥିବା ସମସ୍ତ ଏସି ବସ ବନ୍ଦ କରାଯିବ । ତେବେ ଅଗଷ୍ଟ ପହିଲାରୁ ଲକ୍ଷ୍ମୀ ବସ ଚଳାଚଳ ଉପରେ ରୋକ୍ ଲଗାଇଛି ଓସଆରଟିସି ।