27.1 C
Bhubaneswar
Saturday, October 19, 2024
Homeଓଡିଶାସଡକ ଦୁର୍ଘଟଣାରେ ଚାଲିଗଲା ୨ ବର୍ଷ ଶିଶୁ କନ୍ୟାର ଜୀବନ

ସଡକ ଦୁର୍ଘଟଣାରେ ଚାଲିଗଲା ୨ ବର୍ଷ ଶିଶୁ କନ୍ୟାର ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଟ୍ରାକ୍ଟର ଓ ବାଇକ ଧକ୍କାରେ ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ତୁଳସୀ ଗୈାଡ ଓ ଝିଅଙ୍କ ସହ ବାଇକ ଯୋଗେ ଘୁଷୁରାବେଡ଼ା ଗ୍ରାମରୁ କନ୍ୟାଶ୍ରମଗୁଡ଼ା ଯାଉଥିଲେ । ଏହି ସମୟରେ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ସହ ବାଇକର ଧକ୍କା ହୋଇଥିଲା । ଏଥିରେ ଝିଅ ଶିବାନୀ ଗୌଡ଼ଙ୍କ ମୃତ୍ୟୁ ହୋଇଥିବାବେଳେ ତୁଳସୀ ଗୌଡ଼ ଏବଂ ପୁଅ ସାଇ ଗୌଡ଼ ଆହତ ହୋଇଛନ୍ତି । ସେମାନଙ୍କୁ ଡ଼ାବୁଗାଁ ମେଡିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking