20.1 C
Bhubaneswar
Thursday, February 12, 2026
Homeଓଡିଶାପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର

ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମୁକ୍ତାପୁର ନୂଆ ସାହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପୋଖରୀରୁ ନାବାଳକ ପୁଅର ମୃତଦେହ ଉଦ୍ଧାର । ମୃତକ ହେଲେ ୮ ବର୍ଷୀୟ ସୂର୍ଯ୍ୟକାନ୍ତ ବେହେରା । ସେ ଗାଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଗତ ସନ୍ଧ୍ୟାରେ ଖେଳିବାକୁ ଯାଉଛି କହି ସୂର୍ଯ୍ୟକାନ୍ତ ଘରୁ ପଳାଇଥିଲେ। ମାତ୍ର ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଗତ ରାତିରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ସୂର୍ଯ୍ୟକାନ୍ତଙ୍କ ଘର ପାଖାପାଖି ପୋଖରୀରେ ଖୋଜାଖୋଜି କରିଥିଲେ। ମାତ୍ର କୌଣସି ସନ୍ଧାନ ପାଇ ପାରି ନ ଥିଲେ । ଆଜି ସକାଳୁ ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ବୃନ୍ଦାବନବିହାରୀ ପୁର ପୋଖରୀରେ ଲୋକେ ନାବାଳକର ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଅର ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking