24.1 C
Bhubaneswar
Thursday, March 12, 2026
Homeଅପରାଧପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଗଲା ବୃଦ୍ଧାଙ୍କ ଜୀବନ

ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଗଲା ବୃଦ୍ଧାଙ୍କ ଜୀବନ

କଳାହାଣ୍ଡି : ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଗଲା ବୃଦ୍ଧାଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ଘଟିଛି ଏଭଳି ଅମାନବୀୟ ଘଟଣା । ମୃତ ମହିଳା ଜଣଙ୍କ ହେଲେ କାଳିନ୍ଦ୍ରୀ ତାଣ୍ଡି। ପୁଲିସ ଅଭିଯୁକ୍ତ ବୃଦ୍ଧା ଶ୍ରୀକର ପୁଞ୍ଜିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ କାଳିନ୍ଦ୍ରୀ ନଳକୂପରୁ ଗାଧୋଇ ଘରକୁ ଆସୁଥିଲେ। ଏହି ସମୟରେ ଶ୍ରୀକର ପଛରୁ ଆସି କାଳିନ୍ଦ୍ରୀଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ବୃଦ୍ଧା ଜଣଙ୍କ ତଳେ ପଡ଼ିଯାଇଥିଲେ ଓ ବଡ଼ ପାଟିରେ ଚିତ୍କାର କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking