31.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶଖଣ୍ଡେ ଜମି ପାଇଁ ଦଙ୍ଗା , ୪୯ ମୃତ

ଖଣ୍ଡେ ଜମି ପାଇଁ ଦଙ୍ଗା , ୪୯ ମୃତ

ଇସ୍ଲାମାବାଦ:ଖଣ୍ଡେ ଜମି ପାଇଁ ପାକିସ୍ତାନରେ ଦୁଇ ଜନଜାତି ସମୁଦାୟଙ୍କ ମଧ୍ୟରେ ଦଙ୍ଗା । ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁରମ ଜିଲ୍ଲାରେ ଦୁଇ ଜନଜାତିଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସିହା ବନାମ ସୁନ୍ନି ରେ ପରିଣତ ହୋଇ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଛି। କେବଳ ଜୁଲାଇ ୨୮ ତାରିଖ ରାତିରେ ହିଂସାତ୍ମକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩୫ ଜଣ ସିହା ସମ୍ପ୍ରଦାୟର ହୋଇଥିବା ବେଳେ ୮ ଜଣ ସୁନ୍ନି ସମ୍ପ୍ରଦାୟର।କୁରମର ସଦର ମହକୁମା ପଡ଼ା ଚିନାର୍ ଉପକଣ୍ଠ ବୁସାହାରା ଖାଇବରରେ ଏହି ଲଢ଼େଇ ଆରମ୍ଭ ହୋଇଥିଲା। ଦୁଇ ଜନଜାତିଙ୍କ ମଧ୍ୟରେ ଅନେକ ଦଶନ୍ଧି ଧରି ଏକ ଜମି ପାଇଁ ସଂଘର୍ଷ ଚାଲିଛି। ଗୁଲାବ ମିଲି ଖେଲ ଏବଂ ମାଡକି କାଲେ ନାମକ ଜନଜାତି ୧୦୦ କେନାଲ ଜମି ପାଇଁ ବର୍ଷ ବର୍ଷ ଧରି ଲଢ଼େଇ କରି ଆସୁଛନ୍ତି। ଏଥର ମଧ୍ୟ ଏହି ଦୁଇ ଜନଜାତି ମୁହାଁମୁହିଁ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗୁଲାବ ମିଲି ଖେଲ ସିହା ସମ୍ପ୍ରଦାୟର ହୋଇଥିବା ବେଳେ ମାଡକି କାଲେ ସୁନ୍ନି ସମ୍ପ୍ରଦାୟର ଏକ ସଂଗଠନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking