23.4 C
Bhubaneswar
Sunday, December 22, 2024
Homeଓଡିଶାବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପଦମର୍ଯ୍ୟାଦା ହାନୀ କରିଛନ୍ତି : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପଦମର୍ଯ୍ୟାଦା ହାନୀ କରିଛନ୍ତି : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ୨୪ ବର୍ଷର ଜଣେ ଯୁବକ ନିଜର ଅକର୍ମପଣିଆ ଯୋଗୁ ଗାଁରେ ପରିଚିତ ନିଜର ବାହାଦୁରୀ ଦେଖାଇବାକୁ ଯାଇ ପଡିଶା ଘରର ଦେଢ଼ ମାସର ଶିଶୁଳୁ କହିବ, ଠିକ ଅଛି ମୁଁ କିଛି କରିନି କହୁଛି, କିନ୍ତୁ ମତେ ବତାଅ ଏ ପିଲା କଣ କରିଛି । ତା ବାପା ତାକୁ କହିଲେ ତୋ ମୁହଁରେ ଯଦି ସାମାନ୍ୟ ଲଜ୍ଜା ଥାଆନ୍ତା ତୁ ଏଭଳି ଅବାନ୍ତର ପ୍ରଳାପ କରିନ‌ଥାନ୍ତୁ ।

୨୪ ବର୍ଷ ସରକାର ପରେ ମାତ୍ର ଦୁଇମାସଧରି ବିରୋଧୀ ଦଳରେ ବସିବାର ସୁଯୋଗ ପାଇଥିବା ମାନ୍ୟବର ସଦସ୍ୟ ବନ୍ଧୁମାନଙ୍କୁ ମୋର ଅନୁରୋଧ, ବିରୋଧୀ ଦଳରେ ବସିବାର ଅଭ୍ୟାସ ତ‌ କରନ୍ତୁ । ଆପଣଙ୍କ ୨୪ ବର୍ଷର କୁଶାସନର ପ୍ରଭାବ ଏ ପର୍ଯ୍ୟନ୍ତ ଶାସନତନ୍ତ୍ର ଉପରୁ ଯାଇନି | କିନ୍ତୁ ଧୈର୍ଯ୍ୟ ରଖନ୍ତୁ, ଖୁବଶୀଘ୍ର ବିଜେପି ତାର ବିକଶିତ ଓଡ଼ିଶାର ଏଜେଣ୍ଡାର କ୍ରିୟାନ୍ବୟନ ପ୍ରକ୍ରିୟାକୁ ଗତିଶୀଳତା ଦେବ ଏବଂ ମାତ୍ର ବର୍ଷକ ଭିତରେ ଲୋକ ଆପଣଙ୍କ ସରକାରକୁ ଏବଂ ଆପଣଙ୍କୁ ମଧ୍ୟ ଭୁଲିଯିବେ, ଏ ଗ୍ୟାରେଣ୍ଟି ମୁଁ ଏ ପବିତ୍ର ଗୃହକୁ ଦେଉଛି ।

ଅତୀତରେ ୨୦୦୦ ମସିହାର କଂଗ୍ରେସ ଦଳକୁ ମଧ୍ଯ ଆମେ ଦେଖୁଥୁଲୁ | ଶାସନ ଗାଦିରୁ ହଟିଯିବା ପରେ ମଧ୍ୟ ସେମାନେ ଛାୟା ଶାସକଦଳ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ | ପରବର୍ତ୍ତୀ ସମୟରେ ନିର୍ବାଚନ ପରେ, ନିର୍ବାଚନରେ ତାଙ୍କ ସ୍ଥିତି କଣ ଏକଥା କହିବା ବାହୁଲ୍ୟ ମାତ୍ର | ତେଣୁକରି ରାଜନୀତିରେ ଅହଙ୍କାରର ସ୍ଥାନ ନାହିଁ | ଯିଏ ଅହଂକାର କରିଛି ତାର ରାଜନୀତି ଶେଷ ହୋଇଯାଇଛି |

ଆଜି ଯେଉଁ ଆଚରଣ ମାନ୍ୟବର ବିରୋଧୀଦଳ ନେତା ଏ ପବିତ୍ର ଗୃହରେ ଦେଖାଇଛନ୍ତି ତାହା ଅଶୋଭନୀୟତାକୁ ପ୍ରଦର୍ଶନ କରୁଛି | ରାଜ୍ୟପାଳଙ୍କର ଅଭିଭାଷଣ ସମୟରେ ପଏଣ୍ଟ ଅଫ ଅର୍ଡର ଉଠାଇବା ହେଉ କିମ୍ବା ବଜେଟ ଭାଷଣର ଉତ୍ତରରେ “ଜୁମଲା” ଶବ୍ଦର ବ୍ୟବହାର କରିବା, ୨୪ ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ମର୍ଯ୍ୟାଦାର ଅସମ୍ମାନ କରୁଛି ଏବଂ ଗୃହର ଶୋଭାକୁ ଅମର୍ଯ୍ୟାଦାର ରାସ୍ତାକୁ ଠେଲି ଦେଉଛି |

ମାନ୍ୟବର ବିରୋଧୀଦଳ ନେତାଙ୍କ ଭାଷାରେ ଯଦି ରାଜ୍ୟର ବଜେଟ ଏକ ଜୁମଲା, ତାହେଲେ ସେ ୨୪ ବର୍ଷଧରି ଏହି ପବିତ୍ର ଗୃହରେ ଯେଉଁ ଜୁମଲା ଉପସ୍ଥାପନ କରୁଥିଲେ, ତାହାର ଉତ୍ତର କିଏ ଦେବ | ସେ ପ୍ରଥମ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି, ଯିଏ ବିରୋଧୀଦଳ ନେତାଙ୍କ ଆସନରେ ବସିଛନ୍ତି | ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଏହି ଆସନରେ ବସିଥିଲେ | ଆଜିର ବିରୋଧୀ ଦଳର ନେତା, ସେତେବେଳର ମୁଖ୍ୟମନ୍ତ୍ରୀ ଭାବେ ଏହା ଦେଖୁଛନ୍ତି, କିଭଳି ମର୍ଯ୍ୟାଦା ସମ୍ପର୍ଣ୍ଣ ଭାବେ ସେ ବିଧାନସଭାରେ ତଥ୍ୟ ଉପସ୍ଥାପନ କରୁଥିଲେ | ନୂତନ ବିଧାୟକମାନେ ସେଥୁରୁ ଶିକ୍ଷାଲାଭ କରିବାକୁ ଆସି ଗୃହରେ ବସୁଥିଲେ | ଆଜି ଏହି ଗୃହରେ ପାଖାପାଖି ୬୦ – ୬୫ ପ୍ରତିଶତ ହେଉଛନ୍ତି ନୂତନ ବିଧାୟକ, ସେମାନଙ୍କର ବିଧାନସଭାର ନିୟମ, ନୀତି, ପ୍ରୋସିଡ଼ିଙ୍ଗ ଶିଖୁବାର ସମୟ | ତାଙ୍କ ଭିତରୁ ଅନେକ ସୁନ୍ଦର ଉପସ୍ଥାପନା କରୁଛନ୍ତି | ତାଙ୍କୁ ଭଲ ପରମ୍ପରା ଶିକ୍ଷା ଦେବାର ପ୍ରମୁଖ ଭୂମିକା ହେଉଛି ବରିଷ୍ଠ ବିଧାୟକମାନଙ୍କର ଏବଂ ବିଶେଷ ଭାବେ ବିରୋଧୀ ଦଳ ନେତାଙ୍କର | ଏଣୁ ମାନ୍ୟବର ବରିଷ୍ଠ ସଦସ୍ୟ ଓ ବିରୋଧୀଦଳ ନେତାମାନଙ୍କର ଆଚରଣ, ଉଚ୍ଚାରଣରେ ସଂଯମତା ରହୁ | ଏହା ଆମର ଅନୁରୋଧ | ମୋର ବିଶ୍ବାସ ସବୁ ଦଳର ପ୍ରଥମ ନିର୍ବାଚିତ ବିଧାୟକମାନେ ଏହାକୁ ସମର୍ଥନ କରିବେ | ମୁଁ ବି ସେଥ୍ରୁ ଜଣେ ଏବଂ ଆମେ ଏଠାରେ ମାଇକି ଭଙ୍ଗା ବା ଖରାପ ଆଚରଣ ବା ଶବ୍ଦ ବ୍ୟବହାର ଶିଖୁବାକୁ ଆସିନୁ ।ଯେଉଁ ଜୁମଲାର ଶବ୍ଦ ଚଳିତ ବଜେଟ ବାବଦରେ କୁହାଯାଇଛି – ତାହା କେତେଦୂର ଯଥାର୍ଥ |

ନିର୍ବାଚନ ପୂର୍ବରୁ ଜଣେ ବ୍ୟକ୍ତି ଯାଇ ୧୪୭ ବିଧାନସଭା ବୁଲିଲେ, ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି, ସେ ସକ୍ଷମ ନାହାଁନ୍ତି ବୋଲି ଧାରଣା ସୃଷ୍ଟି କଲେ | ଯିଏ ଆପଣଙ୍କ ଦଳର ମୁଖ୍ୟମନ୍ତ୍ରୀଙ୍କର ପ୍ରତିଛବି ବା ଛାୟା ଭାବେ ଗଣତି ହେଉଥିଲେ ଏବଂ ଯାହାଙ୍କର ମଂଚ ବାନ୍ଧିବାକୁ, ଟ୍ରାଫିକ ନିୟନ୍ତ୍ରଣ କରିବାଭଳି ଦୁର୍ଭାଗ୍ୟ ମଧ୍ଯ ବିଧାୟକ, ମନ୍ତ୍ରୀମାନଙ୍କୁ କରିବାକୁ ପଡୁଥିଲା | ସେ ତାଙ୍କର ଦଳୀୟ ଲୋକଙ୍କର ସଭା ସମିତି କରି ସେଠାରୁ ବିଭିନ୍ନ କାମ ବାବଦରେ ଦରଖାସ୍ତ ନେଉଥିଲେ ଏବଂ ସମସ୍ତ ନୀତି ନିୟମ ବାହାରେ, ପଂଚାୟତ ବା ମୁନିସିପାଲିଟିର ବିନା ପରାମର୍ଶରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ବିଭିନ୍ନ ଜାଗାରେ ପ୍ରୋଜେକଟ ସାଂକ୍ସନ କଲେ ଏବଂ ସ୍ଥାନୀୟ ପ୍ରଶାସନକୁ ବାଧ୍ଯ କରାଗଲା ଦଳୀୟ କର୍ମୀଙ୍କୁ ୱାର୍କ ଅର୍ଡର ଦେବାପାଇଁ ଏହାକୁ ଜୁମଲା କୁହାଯିବ କି ନାହିଁ |

ମୋ ଓଡିଶା ନବୀନ ଓଡିଶା ପାଇଁ  ପଚାଶ ଲକ୍ଷ ପ୍ରତି ପଂଚାୟତର କଥା

୧୪୦ ଟି ଯୋଜନାର ଘୋଷଣା

ଚିଟ ଫଣ୍ଡ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ୪୦୦ କୋଟିର କର୍ପସ ଫଣ୍ଡ

ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ୨୭୦୦ ପାଇଁ ବାରମ୍ବାର ଚିତ୍କାର କରୁଥିଲେ କିନ୍ତୁ କରୁନଥିଲେ | ଏବେ ଆମ ସରକାର ୩୧୦୦ ଟଙ୍କା କରିଦେବାରେ ଗାତ୍ରଦାହ ହେଉଛି କାରଣ ତାଙ୍କପାଇଁ ଯାହା ଅସମ୍ଭବ ତାହା ଆମ ପାଇଁ ସମ୍ଭବ |

ଯାହା ପୂର୍ବତନ ଅର୍ଥମନ୍ତ୍ରୀ ଗତକାଲି ଉଦବେଗ ଦେଖାଉଥିଲେ, ରାଜ୍ୟ ଋଣଗ୍ରସ୍ତ ଯୋଇଯିବ, ତାଙ୍କୁ ବି ମୁଁ ଆଶ୍ବାସନା ଦେଉଛି, ଚିନ୍ତା କରନ୍ତୁ ନାହିଁ | ଆମେ ଏଫଆରବିଏମ ପ୍ରିନ୍ସିମ୍ପୁଲ ନୀତି ଅତିକ୍ରମଣ କରିନାହୁଁ ଏବଂ ଓଡ଼ିଶାର ଚାଷୀ ଓ ମହିଳାମାନଙ୍କୁ ସମୃଦ୍ଧତା ଆଡକୁ ନେବାପାଇଁ ଆମ ସରକାରଙ୍କର ଦମ ଅଛି, ଇଛା ଅଛି ଏବଂ କଲିଜା ମଧ୍ୟ ଅଛି | ଆମର ପୂର୍ଣ ବିଶ୍ବାସ ଅଛି, ଏଥିପାଇଁ ଯେଉଁ ଆର୍ଥିକ ବୋଝ ଆସିବ ତାକୁ ବର୍ଷକ ଭିତରେ ସୁଧାରିବାର କ୍ଷମତା ବି ଆମ ସରକାର ପାଖରେ ଅଛି |

ପ୍ରାଥମିକ ସ୍କୁଲ ବନ୍ଦ

ଶୀତଳ ଭଣ୍ଡାର

ଚାଷୀକୁ ୧୦୦ ଟଙ୍କା ବୋନସ

ମହିଳା ସଶକ୍ତିକରଣରେ ଆପଣ ଫେଲ

ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଆପଣମାନେ ଫେଲ

ଶିଳ୍ପାୟନ ରେ ଆପଣମାନେ ଫେଲ (ବିଧାନସଭା ଉତ୍ତର )

ରାଜ୍ୟର କ୍ଷୁଦ୍ର, ମଧ୍ଯମ ଶିଳ୍ପ ଆଜି ମୃତ ଅବସ୍ଥାରେ

ସ୍କିଲ ଓଡିଶା ଆଜି ଫେଲ ମାରିଛିଆଇନ ଶୃଙ୍ଖଳା ପରିସ୍ଥିତି – କୁପୋଷଣ ସମସ୍ୟା – ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର

ସଫଳତାର ଏକମାତ୍ର କାହାଣୀ ଯଦି ଆପଣମାନେ ବାସ୍ତବରେ କ‌ହିପାରିବେ ତେବେ ଆମେ ଏହାକୁ ଗ୍ରହଣ କରିବୁ |

ଆଜି ସରକାର ନିଷ୍ପତି ନେବାର ତାକତ ରଖୁଛନ୍ତି

ଚାରି ଦୁଆର ଖୋଲା

ଜଗନ୍ନାଥ ମନ୍ଦିର ପାଇଁ କର୍ପସ ଫଣ୍ଡ

ରନ୍ ଭଣ୍ଡାର ଖୋଲିବା

ଓଡ଼ିଆ ଅସ୍ମିତା ପାଇଁ କର୍ପସ ଫଣ୍ଡ

ସୁଭଦ୍ରା ଯୋଜନା

ସର୍ବନିମ୍ନ ମଜୁରୀ ବୃଦ୍ଧି (ଦାଦନ ଶ୍ରମିକଙ୍କୁ ରୋକିବା )

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ଆମେ ପ୍ରଚାର ସର୍ବସ୍ବ ନୁହଁ, କଥାରେ ନୁହେଁ, କାମରେ ବିଶ୍ବାସ କରୁ ବର୍ଷେଯାଏ ଧୈର୍ଯ୍ୟଧରି ଅପେକ୍ଷା କରନ୍ତୁ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking