21.1 C
Bhubaneswar
Saturday, December 20, 2025
Homeଅପରାଧପାରିତ ହେଲା ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ,ଅପରାଧ ପାଇଁ ଆଜୀବନ କାରାଦଣ୍ଡର...

ପାରିତ ହେଲା ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ,ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍ ୨୦୨୪ ପାସ ହୋଇଯାଇଛି । ଏହି ବିଲକୁ ସୋମବାର ଆଗତ କରାଯାଇଥିଲା । ଏହି ବିଲରେ ପୂର୍ବରୁ ନିର୍ଦ୍ଧାରିତ ଅପରାଧ ପାଇଁ ଦଣ୍ଡକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ନୂଆ ଅପରାଧକୁ ମଧ୍ୟ ଯୋଡ଼ାଯାଇଛି । ଯେଉଁଥିରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଏଭଳି ସ୍ଥିତିରେ ୟୁପିରେ ଲଭ୍ ଜିହାଦରେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଦେବା ପାଇଁ ଏକ ସଂଶୋଧିତ ବିଲ୍ ଗୃହରେ ଆଗତ ହୋଇଥିଲା। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଯୋଗୀ ସରକାର ୨୦୨୧ରେ ହିଁ ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ୨୦୨୧ ଗୃହରେ ପାରିତ କରିଥିଲେ । ଯାହା ପରେ ସଂଶୋଧିତ ବିଲ୍ ୨୯ ଜୁଲାଇ ୨୦୨୪ ସୋମବାର ଆଗତ କରାଯାଇଥିଲା। ନୂଆ ସଂଶୋଧିତ ବିଲରେ ପ୍ରଥମ ଥର ପାଇଁ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ବେଆଇନ ଧର୍ମ ପରିବର୍ତ୍ତନ ପାଇଁ ପାଣ୍ଠି ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇଛି। ଏଥିରେ ବିଦେଶୀ ଅନୁଷ୍ଠାନ କିମ୍ବା କୌଣସି ବେଆଇନ ସଂସ୍ଥାର ପାଣ୍ଠି ମଧ୍ୟ ଅନ୍ତର୍ଭୁକ୍ତ ।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking