15.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଅଗଷ୍ଟ ଶେଷ ସୁଦ୍ଧା ବିଜେପିକୁ ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଅଗଷ୍ଟ ଶେଷ ସୁଦ୍ଧା ବିଜେପିକୁ ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଳୀ: ଅଗଷ୍ଟ ଶେଷ ସୁଦ୍ଧା ଦଳକୁ ମିଳିପାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ଆସନ୍ତା ଅଗଷ୍ଟ ମାସରେ ଜେପି ନଡ୍ଡାଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନୂଆ ଚେହେରାଙ୍କ ଉପରେ ଦଳ ମୋହର ମାରିପାରେ ବୋଲି ଅନୁମାନ କରାଯାଉଛି। ଯଦିଓ ଜୁନ ମାସରୁ ନଡ୍ଡାଙ୍କ କାର୍ୟ୍ୟକାଳ ସରିଥିଲେ ବି ନୂଆ ଅଧ୍ୟକ୍ଷ ପର୍ୟ୍ୟନ୍ତ ସେ ଦାୟିତ୍ବ ସମ୍ଭାଳିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ସ୍ମୃତି ଇରାନୀ। ଆଜି ପର୍ୟ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କୌଣସି ମହିଳା ଚେହେରାଙ୍କୁ ଦଳ ସୁଯୋଗ ଦେଇନାହିଁ । ଅନ୍ୟପଟେ ସ୍ମୃତି ଦଳର ଜଣେ ଫାୟାରବ୍ରାଣ୍ଡ ଚେହେରା ହୋଇ ମଧ୍ୟ ଆମେଠିରୁ ହାରିଛନ୍ତି। ସେପଟେ ଦଳ ନାରୀ ସଶକ୍ତିକରଣ କଥା କହୁଥିବାବାରୁ ସ୍ମୃତିଙ୍କୁ ନେଇ ବଡ଼ ନିଷ୍ପତି ନେଇପାରେ। ବୁଧବାର ଗୃହମନ୍ତ୍ରୀ ଅମିତ ଶାହା, ମହାସଚିବ ବିଏସ ସନ୍ତୋଷଙ୍କ ସହ ନଡ୍ଡା ଦୁଇ ଘଂଟା ଧରି ବୈଠକ କରିବା ପରେ ଦଳ ଖୁବ ଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାଛୁଥିବା ଖବର ଚର୍ଚ୍ଚା ହେଉଛି ।ସେପଟେ ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ସମସ୍ତ ରାଜ୍ୟର ମହାସଚିବଙ୍କ ବୈଠକରେ ମଧ୍ୟ ଏନେଇ ବିଚାର ବିମର୍ଶ କରାଯାଇପାରେ । ମୋଦୀଙ୍କ ତୃତୀୟ କାଳରେ ନଡ୍ଡାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ଦୁଇ ଦୁଇଟା ଦାୟିତ୍ବ ଦୁଲାଉଥିବାରୁ ନଡ୍ଡାଙ୍କ ଉପରେ ଅଧିକ ଚାପ ପଡୁଥିବା ହେତୁ ଦଳ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଚିନ୍ତା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking