24.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶଅତଙ୍କବାଦୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଚେତାବନୀ

ଅତଙ୍କବାଦୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଚେତାବନୀ

ଶ୍ରୀନଗର : ଆଜି ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅତଙ୍କବାଦୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘‘ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆହ୍ବାନକୁ ପରାସ୍ତ କରିବ।’’ କାର୍ଗିଲ ଯୁଦ୍ଧ ମେମୋରିଆଲରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୫ ବର୍ଷ ପୂର୍ବେ ଭାରତ କେବଳ କାର୍ଗିଲ ଯୁଦ୍ଧରେ ଜିତିନଥିଲା, ବରଂ ସେ “ସତ୍ୟ, ସଂଯମତା ଏବଂ ଶକ୍ତି” ର ଏକ ଚମତ୍କାର ଉଦାହରଣ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅତୀତରେ ପାକିସ୍ତାନ ନିଜର ସମସ୍ତ ଘୃଣ୍ୟ ପ୍ରୟାସରେ ବିଫଳ ହୋଇଛି। କିନ୍ତୁ ଅତୀତର ଅଭିଜ୍ଞତାରୁ କିଛି କଥା ଶିଖିପାରିଲାନି।
“ପାକିସ୍ତାନ ଏହାର ଇତିହାସରୁ କିଛି ଶିଖି ନାହିଁ। ଆଜି ମୁଁ ଏପରି ଏକ ସ୍ଥାନରୁ କହୁଛି ଯେଉଁଠାରେ ଆତଙ୍କବାଦୀମାନେ ମୋର ସ୍ୱର ସିଧାସଳଖ ଶୁଣିପାରୁଥିବେ। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କର ଉଦ୍ଦେଶ୍ୟ କଦାପି ସଫଳ ହେବ ନାହିଁ। ଆମର ସୈନିକମାନେ ଆତଙ୍କବାଦକୁ ଦଳି ଦେବେ। ପୂର୍ଣ୍ଣ ଶକ୍ତି ସହ ଶତ୍ରୁଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ’’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking