25.9 C
Bhubaneswar
Monday, April 6, 2026
Homeଓଡିଶାକର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୈାନ ଶୋଷଣ ପ୍ରତିରୋଧ, ନିଷେଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩...

କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୈାନ ଶୋଷଣ ପ୍ରତିରୋଧ, ନିଷେଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ଜନିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର : ସମାଜରେ ମହିଳାମାନେ ହେଉଚ୍ଥନ୍ତି ଅନ୍ୟନ୍ୟା । ସେମାନେ ଅନେକ ରୂପରେ କର୍ତ୍ତବ୍ୟ କରି ସମାଜକୁ ଆଲୋକ ପ୍ରଦାନ କରିବା ସହ ନିଜ ପରିବାର ଓ ରାଷ୍ଟ୍ରର ହିତ ସାଧନରେ ସମର୍ପିତା ।  ପ୍ରତ୍ୟେକ ମହିଳା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବାସ୍ତବ କ୍ଷେତ୍ରରେ ଅନେକ ରୂପରେ ସଂସ୍ଥିତା ହୋଇ ଗୋଟିଏ ପରିବାରର ଉଜ୍ୱଳ ଭବିଷ୍ୟତକୁ ଗଠନ କରିବା ସହ ସମାଜକୁ ଓ ରାଷ୍ଟ୍ରକୁ ଦୁର୍ଲଭ ଦାନ ପ୍ରଦାନ କରିଥାଏ ।  କନ୍ୟା, ଭଗ୍ନି, ଜାୟା ଏବଂ ଅନେକ ରୂପରେ ନିଜର ବୟସ ତୁଳନାରେ ଆବିର୍ଭାବ ହୋଇ ପରିବାର ଓ ସମାଜ ଗଠନରେ ବଳିଷ୍ଠ ଭୂମିକା ନିର୍ବାହ କରିଥାଏ ।
ମହିଳାମାନେ ସବୁ ଦିଗରେ ବର୍ତ୍ତମାନ ଆଗରେ ଥିବାବେଳେ ସରକାର ସେମାନଙ୍କୁ ଆହୁରି ଆଗକୁ ବଢିବା ପାଇଁ ସୁରକ୍ଷା, ନିରାପତ୍ତା ଯୋଗାଇ ଦେବାପାଇଁ ସାମ୍ୱିଧାନିକ ନିତି ନିୟମ ପ୍ରଣୟନ କରିଥିବା ବେଳେ ଆମେ ସମସ୍ତେ ମହିଳା ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇପାରିଲେ ମହିଳାମାନେ ନିଜର କର୍ମକ୍ଷେତ୍ର ସହ ସବୁ ସ୍ଥାନରେ ନିଜକୁ ସୁରକ୍ଷା ମନେକରି ସାମାଜିକ ଉନ୍ନତିର ଗତିପଥକୁ ଆଗେଇ ନେବେ ବୋଲି ଗୁରୁ ବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଚାଳନରେ ଅନୁଷ୍ଠିତ ମହିଳା ମାନଙ୍କ ଯୈାନ ଶୋଷଣ ସମ୍ୱନ୍ଧୀୟ ଏକ ଦିବସୀୟ ଆଭ୍ୟନ୍ତରୀଣ କମିଟି ଓ ଜିଲ୍ଳ୍‌ା ସ୍ତରୀୟ ସ୍ଥାନୀୟ କମିଟି ପ୍ରଶିକ୍ଷଣ ଶିବିରରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି ।  ପ୍ରଶିକ୍ଷଣ ଶିବିରରେ ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଯୋଗଦେଇ ପ୍ରତ୍ୟେକ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କରିବା ଏବଂ ଏଥି ଜନିତ ଆସୁଥିବା ସମସ୍ୟା ଗୁଡିକୁ ନିର୍ଦ୍ଧାରିତ ସମୟରେ ସମାଧାନ କରିବା ଏବଂ ଆବଶ୍ୟକ ସ୍ଥଳେ ଜିଲ୍ଳ୍‌ା ସ୍ତରୀୟ ସ୍ଥାନୀୟ କମିଟିକୁ ସୁପାରିଶ କରିବା ଦିଗରେ ପୁଙ୍ଖାନୁପୁଙ୍ଖ ଭାବେ ଆଇନଗତ ନିତିନିୟମ ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ବୈଠକରେ ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବିସ୍ତୃତ ଭାବେ  ସୂଚନା ପ୍ରଦାନ କରିଥିଲେ । ସେହିପରି ଡେପୁଟୀ କଲେକ୍ଟର, ପ୍ରତିଷ୍ଠାନ ଶ୍ରୀମତୀ ସୋନମ ଦାସ ପ୍ରତ୍ୟେକ କାର୍ଯ୍ୟାଳୟରେ ନିଶ୍ଚିତ ଭାବେ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଏବଂ ସୁସ୍ଥ ବାତାବରଣରେ ବଜାର ରଖିବା ପାଇଁ ନିଶ୍ଚିତ ଭାବେ ଆଭ୍ୟନ୍ତରୀଣ କମିଟି ଗଠନ ବାଂଚ୍ଥନୀୟ ବୋଲି ବକ୍ତବ୍ୟ ରଖିଥିଲେ । ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍‌ା ମଙ୍ଗଳ ଅଧିକାରୀ, ଆଭ୍ୟନ୍ତରୀଣ କମିଟି ଓ ସ୍ଥାନୀୟ କମିଟିର ସଭ୍ୟ ସଭ୍ୟା, ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ, ରୁଚିକା, ନିଶ୍ୱା ଲାଇନର କର୍ମକର୍ତ୍ତାଙ୍କ ସମେତ ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ତଥା କାର୍ଯ୍ୟକ୍ରମ ଅଧିକାରୀ ଉପସ୍ଥିତ ରହି ପ୍ରଶିକ୍ଷଣର, ଭାଗ ନେଇ ଥିଲେ l
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking