ଭୁବନେଶ୍ୱର : ଓଡିଶା ବଡେଟ୍ ୨୦୨୪-୨୫ ଉପସ୍ଥାପିତ । ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି । ବଜେଟ୍ ପରିମାଣ ୨ ଲକ୍ଷ ୬୫ ହଜାର କୋଟି । କାର୍ଯ୍ୟକ୍ରମ ବଜେଟ୍ ୧ ଲକ୍ଷ ୫୫ ହଜାର କୋଟି । ୨୦୨୩-୨୪ ତୁଳନାରେ ୧୫% ଅଧିକ ବଜେଟ୍ ।










