ଗଞ୍ଜାମ : ପାଗଳ କୁକୁର ଆତଙ୍କ । ପାଗଳ କୁକୁର ଆକ୍ରମଣରେ ୮ ଜଣ ଗୁରୁତର । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲାର ଭିସ୍ମଗିରି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଭିସ୍ମଗିରି ପଞ୍ଚାୟତରେ ଥିବା ଗାଁରେ ପାଗଳ କୁକୁର ବୁଲି ଜଣଙ୍କ ପରେ ଜଣଙ୍କୁ କାମୁଡି ଆହତ କରୁଛି । ପାଗଳ କୁକୁର ଭୟରେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । କୁକୁର ଆକ୍ରମଣରେ ୮ ଜଣ ଶିକାର ହୋଇଛନ୍ତି । ୮ ଜଣ ଗୁରୁତରଙ୍କୁ ପ୍ରଥମେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ କରାଯାଉଛି । ଦିନ ଦ୍ବି ପ୍ରହରରେ ମଧ୍ୟ ଘରର କବାଟ ଦେଇ ଲୋକେ ଘରେ ପଶି ରହୁଛନ୍ତି ।










