15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶମହାକାଶ ବିଜ୍ଞାନକୁ ଗୁରୁତ୍ୱ,ବଜେଟରେ ୧ ହଜାର କୋଟି ବ୍ୟୟବରାଦ : ମୋଦି

ମହାକାଶ ବିଜ୍ଞାନକୁ ଗୁରୁତ୍ୱ,ବଜେଟରେ ୧ ହଜାର କୋଟି ବ୍ୟୟବରାଦ : ମୋଦି

ନୂଆଦିଲ୍ଲୀ : ମହାକାଶରେ ଭାରତ ପାଇଛି ବହୁତ ଗୁଡିଏ ସଫଳତା । ତେବେ ବହୁତ କମ ବଜେଟରେ ଇସ୍ରୋ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସେହିଭଳି ଭାରତର ମଙ୍ଗଳାୟନ ଓ ଚନ୍ଦ୍ରାୟନର ସଫଳତାକୁ ସାରା ବିଶ୍ବ ସଲାମ କରିଛି ।ଆଉ ଏହାରି ଭିତରେ ଏବେ ଆମ ବୈଜ୍ଞାନିକ ସୂର୍ୟ୍ୟ ପର୍ୟ୍ୟନ୍ତ ପହଞ୍ଚିବା ପାଇଁ ଆଦିତ୍ୟ ପ୍ରକଳ୍ପ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଏବଂ ଏହି ସମୟରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ମହାକାଶ ପାଇଁ ବଜେଟର ବ୍ୟବସ୍ଥା କରିଛନ୍ତି । ମହାକାଶ ବିଜ୍ଞାନର ବିକାଶ ପାଇଁ ୧ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି। ଏହା ଉଦ୍ୟୋଗ ପୁଞ୍ଜି ପାଣ୍ଠି । ଏହା ମାଧ୍ୟମରେ ମହାକାଶ ସମ୍ୱନ୍ଧିତ ଉଦ୍ୟୋଗରେ ନିବେଶ କରାଯାଇ ପାରିବ । ଏହି ଅର୍ଥରାଶି ଗବେଷକ ତଥା ଷ୍ଟାର୍ଟ ଅପ୍ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ବୈଜ୍ଞାନିକ ।ଭାରତର ମହାକାଶ କ୍ଷେତ୍ର ଦୃତ ଗତିରେ ବିକଶିତ ହେଉଛି । ଭାରତ ଅନେକ ମିଶନକୁ ସଫଳତା ସହ ଶେଷ କରିଥିବାରୁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିଛି । ଏବେ ବେସରକାରୀ ଅନୁଷ୍ଠାନ ଏଥିରେ ଟଙ୍କା ନିବେଶ କରିବା ଆରମ୍ଭ କରିଦେଲେଣି । ଇସ୍ରୋ ପିଏସଏଲଭି ଓ ଜିଏସଏଲଭି ଭଳି କମ ଦାମର ଲଞ୍ଚ ଭେକିଲ ମାଧ୍ୟମରେ ଅନେକ ଉପଗ୍ରହକୁ ମହାକାଶକୁ ପଠାଇଛି । ୨୦୩୫ ମଧ୍ୟରେ ମହାକାଶରେ ଏକ ସ୍ପେଶ ଷ୍ଟେସନ ତିଆରି କରିବାକୁ ଯୋଜନା ରଖିଛି ଭାରତ । ଏହାସହ ଅନ୍ୟ ଦେଶର ସାଟେଲାଇଟକୁ ମହାକାଶରେ ପଠାଇ ଅଧିକ ଲାଭ ପାଇବାର ଆଶା ମଧ୍ୟ ରଖିଛି ଭାରତ । ୧ ହଜାର ଟଙ୍କାର ବଜେଟ ଆଖି ଦୃଶିଆ ହୋଇନଥିଲେ ମଧ୍ୟ ମହାକାଶ ବିଜ୍ଞାନ ସହ ଜଡିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ।
ତେବେ ଆସନ୍ତା ୧୦ ବର୍ଷରେ ମହାକାଶ ଅର୍ଥନୀତି ୫ ଗୁଣା ହେବ ବୋଲି ବଜେଟ ଉପସ୍ଥାପନ ବେଳେ କହିଛନ୍ତି ସୀତାରମଣ । ଏହି ଘୋଷଣା ମହାକାଶ ବିଜ୍ଞାନୀଙ୍କୁ ବେଶ ଖୁସି ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking