17.1 C
Bhubaneswar
Tuesday, December 9, 2025
Homeଓଡିଶାଏଏନ୍‌ଏମ୍ ହତ୍ୟା ମାମଲା : ଆସାମୀକୁ ଆଜୀବନ କାରାଦଣ୍ଡ

ଏଏନ୍‌ଏମ୍ ହତ୍ୟା ମାମଲା : ଆସାମୀକୁ ଆଜୀବନ କାରାଦଣ୍ଡ

କଟକ:  ଏକ ହତ୍ୟା ମାମଲାରେ କଟକର ଦ୍ୱିତୀୟ ଅତିରିକ୍ତ ସେସନ୍ ଜଜ୍ ଆସାମୀ  ଅକ୍ଷୟ କୁମାର ସାହୁକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନରସିଂହପୁର ଥାନା ଅଧିନସ୍ଥ ବଡଢିଅ ଜୋଡୁମୁ ଅଂଚଳର ଆସାମୀ ଅକ୍ଷୟ ଏକ ଧାରୁଆ ଛୁରୀରେ ଏଏନ୍‌ଏମ୍ ପ୍ରୀତି ପ୍ରଧାନକୁ ହତ୍ୟା କରିଥିଲା । ୨୦୨୦ ମସିହା ଜୁଲାଇ ୮ ତାରିଖରେ ଘଟଣା ଘଟିଥିବାବେଳେ ସେହିଦିନ ହିଁ ଏତଲାକାରୀ  ଚିତ୍ତରଞ୍ଜନ ପଟ୍ଟନାୟକ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଘଟଣାର ତଦନ୍ତ କରି ଆସାମୀକୁ ଗିରଫ କରିବା ସହ ୨୦୨୦ ମସିହା ନଭେମ୍ବର ୪ ତାରିଖରେ ତା ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା ବେଳେ ୨୦୨୧ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା । କଟକର ଦ୍ୱିତୀୟ ଅତିରିକ୍ତ ସେସନ୍ ଜଜ୍ ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଦାଖଲ ନ କରିପାରିଲେ ଆସାମୀକୁ ଆଉ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍ ବିଜୟ କୁମାର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking