20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶମୋ ମୁଣ୍ଡ ଉପରେ ଏବେ ବି ଋଣ ଅଛି : ଗୁରୁଚରଣ

ମୋ ମୁଣ୍ଡ ଉପରେ ଏବେ ବି ଋଣ ଅଛି : ଗୁରୁଚରଣ

ନୂଆଦିଲ୍ଲୀ : ନିଖୋଜ ପଛର କାରଣ କହିଲେ ଗୁରୁଚରଣ । ତାରକ ମେହତା କା ଉଲଟା ଚଷମାର ଲୋକପ୍ରିୟ ଅଭିନେତା ଗୁରୁଚରଣ ସିଂହ ହଠାତ ନିଖୋଜ ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଚଳିତବର୍ଷ ଏପ୍ରିଲ ୨୬ ତାରିଖରେ ଗୁରୁଚରଣ ନିଖୋଜ ହୋଇଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରି କହିଥିଲେ। ପୁଲିସ ଖୋଜାଖୋଜି କରିଥିଲେ ବି ଗୁରୁଚରଣଙ୍କ ଖବର ମିଳିନଥିଲା। ହେଲେ ୨୬ଦିନ ପରେ ଅଭିନେତା ନିଜେ ଘରକୁ ଫେରିଥିଲେ। ବର୍ତ୍ତମାନ ଅଭିନେତା ଏକ ସାକ୍ଷାତକାରରେ ନିଖୋଜ ହେବାର ପ୍ରକୃତ କାରଣ କହିଛନ୍ତି ।ସେ କହିଛନ୍ତି ଯେ, ବେଳେବେଳେ ଏପରି ଏକ ସମୟ ଆସେ ଯେତେବେଳେ ତୁମେ ନିଜ ପରିବାର ଏବଂ ଦୁନିଆଠାରୁ ନିଜକୁ ଦୂରେଇ ରଖିବାକୁ ଚାହଁ। କାମ ପାଇବାକୁ ଚେଷ୍ଟା କରୁଥିବା ବେଳେ ମୋର ନିକଟ ଏବଂ ପ୍ରିୟ ବ୍ୟକ୍ତିମାନେ ମୋତେ ଆଘାତ ଦେଇଥିଲେ। ଅନେକ ଚେଷ୍ଟା ପରେ ବି ମୋତେ କାମ ମିଳୁନଥିଲା। ଏସବୁ ଭିତରେ ମୁଁ ଭାଙ୍ଗିପଡ଼ିଥିଲେ ବି ମନରେ ଭାବିନେଇଥିଲି ଯେ, ଯାହା ହେଉନା କାହିଁକି ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିବି ନାହିଁ। ମୁଣ୍ଡ ଉପରେ ଋଣ ଭାର ଥିବାରୁ ଗୁରୁଚରଣ ଫେରାର ହୋଇଯାଇଥିବା କହିଥିଲେ ଲୋକେ। ଏହା ଉପରେ ପ୍ରତିକ୍ରିୟା ଦେଇ ଗୁରୁଚରଣ କହିଛନ୍ତି ଯେ, “ମୁଣ୍ଡ ଉପରେ ଋଣ ଭାର ଥିବାରୁ କିମ୍ବା ଋଣ ପରିଶୋଧ କରିବାରେ ଅକ୍ଷମ ଥିବାରୁ ମୁଁ ଘର ଛାଡ଼ିନଥିଲି। ମୋ ମୁଣ୍ଡ ଉପରେ ଏବେ ବି ଋଣ ଅଛି। ମୋର ଉଦ୍ଦେଶ୍ୟ ଭଲ। ମୁଁ ଏବେ ବି କ୍ରେଡିଟ କାର୍ଡ ବିଲ ଏବଂ ବ୍ୟାଙ୍କ ଋଣ ଦେବା ପାଇଁ ଲୋକଙ୍କଠାରୁ ଟଙ୍କା ଧାର ଆଣୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking