33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶକର୍ଣ୍ଣାଟକ ଆଇଟି ସଂସ୍ଥାଗୁଡ଼ିକର ନିଷ୍ପତିକୁ କ୍ୟାବିନେଟରେ ଆଲୋଚନା ହେବାର ସମ୍ଭାବନା

କର୍ଣ୍ଣାଟକ ଆଇଟି ସଂସ୍ଥାଗୁଡ଼ିକର ନିଷ୍ପତିକୁ କ୍ୟାବିନେଟରେ ଆଲୋଚନା ହେବାର ସମ୍ଭାବନା

ବେଙ୍ଗାଲୁର: କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକର ଏକ ନିଷ୍ପତ୍ତି ଏବେ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ବନିଛି। କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ୧୪ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରିଥିବା‌ ବେଳେ ଏବେ ଏହାକୁ ନେଇ ବିରୋଧ ହୋଇଛି। କମ୍ପାନିଗୁଡ଼ିକ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦାଖଲ କରିଛନ୍ତି କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଦାବି କରିଛନ୍ତି ବୋଲି ବୋଲି ସୂତ୍ରରୁ ପ୍ରକାଶ। ଏହି ପଦକ୍ଷେପକୁ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଛଟେଇର କାରଣ ଦର୍ଶାଇ ଏହାକୁ ଅମାନବୀୟ ବୋଲି କହି ବିରୋଧ କରିଛନ୍ତି କର୍ମଚାରୀ।ସୂଚନାନୁସାରେ, ରାଜ୍ୟ ସରକାର ଏବେ କର୍ଣ୍ଣାଟକର ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୬୧ ରେ ସଂଶୋଧନ କରିବାକୁ ଚିନ୍ତା କରୁଛନ୍ତି। ସେହି ଅନୁସାରେ ଆଇଟି କମ୍ପାନିଗୁଡିକ ଚାହୁଁଛନ୍ତି ଯେ ଏହି ପ୍ରସ୍ତାବ ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଉ। ଯାହା ଦ୍ବାରା ଆଇନ ଅନୁଯାୟୀ କାର୍ଯ୍ୟ ସମୟକୁ ୧୪ ଘଣ୍ଟା (୧୨ ଘଣ୍ଟା + ୨ ଘଣ୍ଟା ଓଭରଟାଇମ୍) କୁ ବୃଦ୍ଧି କରିହେବ।ବର୍ତ୍ତମାନ, ଶ୍ରମ ନିୟମ ୧୨ ଘଣ୍ଟା (୧୦ ଘଣ୍ଟା + ୨ ଘଣ୍ଟା ଅଧିକ ସମୟ) କାର୍ଯ୍ୟ ସମୟ ପର୍ଯ୍ୟନ୍ତ ଅନୁମତି ଦେଉଛି। ଆଇଟି କ୍ଷେତ୍ରର ନୂତନ ପ୍ରସ୍ତାବରେ କୁହାଯାଇଛି, “ଆଇଟି / ଆଇଟିଏସ୍ / ବିପିଓ ସେକ୍ଟରର କର୍ମଚାରୀମାନଙ୍କୁ ଦିନକୁ ୧୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ଅନୁମତି ମିଳୁ। ସରକାର ଏହି ପ୍ରସଙ୍ଗରେ ପ୍ରାରମ୍ଭିକ ବୈଠକ କରିଛନ୍ତି ଏବଂ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ। ଏହି ପ୍ରସ୍ତାବକୁ କ୍ୟାବିନେଟ ଦ୍ୱାରା ଆଲୋଚନା ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking