32.1 C
Bhubaneswar
Friday, October 18, 2024
Homeଅପରାଧସଚ୍ଚୋଟ ଅଧିକାରୀଙ୍କ ପତ୍ନୀଙ୍କୁ ମିଳିବ ୨୫ ଲକ୍ଷ; ଦୁର୍ନୀତିରେ ସାମିଲ ହେବାକୁ ଚାପ ପଡ଼ିବାରୁ କରିଥିଲେ...

ସଚ୍ଚୋଟ ଅଧିକାରୀଙ୍କ ପତ୍ନୀଙ୍କୁ ମିଳିବ ୨୫ ଲକ୍ଷ; ଦୁର୍ନୀତିରେ ସାମିଲ ହେବାକୁ ଚାପ ପଡ଼ିବାରୁ କରିଥିଲେ ଆତ୍ମହତ୍ୟା

ବେଙ୍ଗାଲୁରୁ: କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହେବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀମାନେ ବାରମ୍ବାର ପକାଉଥିବା ଚାପ ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିବା ବେଙ୍ଗାଲୁରୁ ନିଗମର ଅଧିକାରୀଙ୍କ ପତ୍ନୀଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଦିଆଯିବ । ପ୍ରକାଶ, ବେଙ୍ଗାଲୁରୁ ନିଗମରେ କାର୍ଯ୍ୟରତ ଥିବା ୫୦ବର୍ଷୀୟ ସରକାରୀ ଅଧିକାରୀ ଚନ୍ଦ୍ରଶେଖରନ ପି. ଉପରିସ୍ଥ ଅଧିକାରୀଙ୍କ ଚାପକୁ ସହ୍ୟ କରିନପାରି ନିଜ ଘରେ ଆତ୍ମହତ୍ୟା କରିଥିଲେ, କିନ୍ତୁ ଦୁର୍ନୀତିରେ ସାମିଲ ହୋଇନଥିଲେ । ତେବେ ଏସମ୍ପର୍କରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିବା ପରେ ଏବେ ତାଙ୍କ ପତ୍ନୀଙ୍କୁ କ୍ଷତିପୂରଣ ବାବଦ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ଏସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।
ପ୍ରକାଶ, କର୍ଣ୍ଣାଟକର ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗରେ ଚନ୍ଦ୍ରଶେଖର ପି ସୁପରିଣ୍ଟେଣ୍ଡେଣ୍ଟ୍ ଭାବେ କାର୍ଯ୍ୟରତ ଥିଲେ । ଉକ୍ତ ବିଭାଗରେ ହୋଇଥିବା ୮୯ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରଶେଖର ପିଙ୍କୁ ଫସାଇବାକୁ ଉପରିସ୍ଥ ଅଧିକାରୀ ଷଡଯନ୍ତ୍ର କରୁଥିଲେ । ଏହା ଅସହ୍ୟ ହେବାରୁ ଚନ୍ଦ୍ରଶେଖର ପି ଏକ ୬ ପୃଷ୍ଠାର ସୁଇସାଇଡ ନୋଟ୍ ଲେଖି ଆତ୍ମହତ୍ୟା କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ଚନ୍ଦ୍ରଶେଖରଙ୍କ ପତ୍ନୀ କବିତା ଗତ ମେ’ ୩୧ ତାରିଖରେ ଅଭିଯୋଗ କରିଥିଲେ ।
ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗରେ ୮୯ କୋଟିର ଦୁର୍ନୀତି ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ତଦନ୍ତ ପରେ ଏଥିରେ ବିଭାଗର ଏମ୍‌ଡି ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଅନ୍ୟପକ୍ଷେ ୮୯ କୋଟିର ଏହି ଘୋଟାଲା ମାମଲାରେ ଏଯାବତ୍ ୮୫ କୋଟି ଜବତ ହୋଇ ସାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା । ଏହି ମାମଲାରେ ସମୁଦାୟ ୧୨ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking