27.1 C
Bhubaneswar
Friday, October 18, 2024
Homeଅପରାଧଦାଦାକୁ ହାଣି ହତ୍ୟା କଲା ପୁତୁରା

ଦାଦାକୁ ହାଣି ହତ୍ୟା କଲା ପୁତୁରା

ରାୟଗଡା଼: ଜମି ବିବାଦ ପାଇଁ ଦାଦାକୁ ହାଣିଲା ପୁତୁରା । ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ । ତେବେ ରାୟଗଡ଼ା ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁମ୍ଭିକୋଟା ପଞ୍ଚାୟତର ପୁଞ୍ଜାପାଇ ଗ୍ରାମରେ ଆଜି ପୂର୍ବାହ୍ନରେ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଏନେଇ ପୋଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରିବାସହ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁମ୍ଭିକୋଟା ପଞ୍ଚାୟତର ପୁଞ୍ଜାପାଇ ଗ୍ରାମର ଲାଛା ମାଣ୍ଡିଙ୍ଗି (୫୦) ଓ ମଦନ ମାଣ୍ଡାଙ୍ଗି ସମ୍ପର୍କରେ ଦାଦା ପୁତୁରା । ପୁଞ୍ଜାପାଇ ଗ୍ରାମରେ ଉଭୟଙ୍କ ଜମି ରହିଛି । ତେବେ ମଦନର ଜମିକୁ ଲାଛା ମାଣ୍ଡାଙ୍ଗି ବହୁଦିନ ଧରି ଜୋର ଜବରଦସ୍ତ ଚାଷ କରି ଆସୁଥିଲା । ସେପଟେ ମଦନ ବାରମ୍ବାର ମନା କରିବା ସତ୍ତ୍ୱେ ମଧ୍ୟ ଲାଛା ଶୁଣୁନଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗିରହିଥିଲା । ଏହାକୁ ନେଇ ମଦନ ମନ ଭିତରେ ଲାଛା ଉପରେ ରାଗ ରଖିଥିଲା । ଆଉ ଆଜି ଲାଛା କୌଣସି କାମରେ ଯାଉଥିବା ସମୟରେ ତାଙ୍କୁ ଏକୁଟିଆ ଦେଖି ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା ମଦନ । ସେପଟେ ମଦନରେ ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଲାଛା ମୃତ୍ୟୁବରଣ କରିଥିଲା ।

ଅନ୍ୟାପକ୍ଷେ ଘଟଣା ସମ୍ପର୍କରେ ଖବର ପାଇ ରାୟଗଡା ଥାନାଧିକାରୀ କମଳକାନ୍ତ ବିକେ କହଁରଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଲାଛା ମାଣ୍ଡାଙ୍ଗିର ମୃତଦେହ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପିରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାସହ ଅଭିଯୁକ୍ତ ମଦନ ମାଣ୍ଡାଙ୍ଗିକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଜବତ କରିଛି ପୋଲିସ । ତେବେ ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ଜମିବାଡ଼ି ବିବାଦକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ତେବେ ହତ୍ୟା ପଛରେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଭାରପ୍ରାପ୍ତ ଥାନାଧିକାରୀ କମଳକାନ୍ତ କହଁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking