17.1 C
Bhubaneswar
Wednesday, February 11, 2026
Homeଅପରାଧରାତିରେ ଚୋର ଜଗୁଛନ୍ତି ଗ୍ରାମବାସୀ

ରାତିରେ ଚୋର ଜଗୁଛନ୍ତି ଗ୍ରାମବାସୀ

କେନ୍ଦ୍ରାପଡା : ଗାଁରେ ଚୋରର ଆତଙ୍କରୁ ରକ୍ଷା ପାଇବା ପାଇଁ ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ଗାଁ ଜଗୁଛନ୍ତି ଗ୍ରାମବାସୀ। ପାଳି କରି ସାରାରାତି ଚୋର ଜଗୁଛନ୍ତି ଏହି ଗାଁର ମହିଳା ଓ ପୁରୁଷମାନେ । କେନ୍ଦ୍ରାପଡା ମହାକାଳପଡା ଥାନା ଅନ୍ତର୍ଗତ ମଙ୍ଗଳପୁର ଏବଂ ବରଜନ୍ଧା ପଞ୍ଚାୟତର ବିଭିନ୍ନ ଗାଁରେ ବାରମ୍ବାର ଚୋରି ହେଉଛି। ଚୋରଙ୍କ ଆତଙ୍କ ବଢୁଥିବାରୁ ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି। ସେଥିପାଇଁ ସେମାନେ ଲଗାତର କିଛି ଦିନ ହେଲା ରାତିରେ ପାଳି ଅନୁଯାୟୀ ଚୋର ଜଗୁଛନ୍ତି । ଲୁଟେରା ଲୁଟ କରିବା ସହ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ମହାକାଳପଡା ପୋଲିସ ପାଟ୍ରୋଲିଂ କରୁଛି ଏବଂ ପୋଲିସ ଗାଡି ମୁଖ୍ୟ ରାସ୍ତାରେ ଯାଉଛି । ହେଲେ ଚୋରମାନେ ଗାଁରେ ଲୁଟପାଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ , ପୋଲିସ ଉପରେ ଆଉ ଭରସା ପାଉନାହିଁ । ପୋଲିସ ଉପରୁ ଭରସା ତୁଟାଇ ନିଜ ସୁରକ୍ଷା ପାଇଁ ନିଜେ ଆଗକୁ ଆସିଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି । ତେବେ ରାତି ଅନିଦ୍ରା ହୋଇ ଗାଁ ଜଗୁଛନ୍ତି। ପିଲାଛୁଆ ଘରେ ଶୋଇବା ସମୟରେ ପୁରୁଷ ଲୋକମାନେ ପାଳି କରି ଗାଁ ଜଗୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking