ପୁରୀ : ଆଜି ଆଜି ନୀଳକନ୍ଦରକୁ ଯିବେ ନୀଳାଦ୍ରିପତି । ରଥରୁ ପହଣ୍ଡି ହୋଇ ରତ୍ନବେଦିରେ ବିଜେ କରିବେ ଶ୍ରୀଜିଉ । ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧର ପଣା ନୀତି ସମ୍ପୂର୍ଣ ହେବା ପରେ ଆଜି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବେ କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି କଳାଠାକୁର । ଶ୍ରୀ କ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଶ୍ରୀଜିଉଙ୍କର ଅନନ୍ୟ ଲୀଳା ହେଉଛି ନୀଳାଦ୍ରି ବିଜେ । ଆଜି ମା’ ମହାଲକ୍ଷ୍ମୀ କଳାଠାକୁରଙ୍କ ଉପରେ ରୋଷ କରି ଶ୍ରୀମନ୍ଦିରରକୁ ଯିବା ସମୟରେ ବାଟ ଓଗାଳିବେ । ଆଉ ସେଠି ଦେଖିବାକୁ ମିଳିବ ଲକ୍ଷ୍ମୀ-ନାରାୟଣ କଳି । ଯେମିତି ପରିବାର ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେଲେ କଳି ହୋଇଥାଏ ସେମିତି ଆଜି ଲକ୍ଷ୍ମୀ-ନାରାୟଣ କଳି ସାରା ବ୍ରହ୍ମାଣ୍ଡ ଦେଖିବ । ବଡ଼ଦାଣ୍ଡରେ ବଡ଼ଠାକୁର ଏହା ହେଉଛି ଏକ ଅନନ୍ୟ ଲୀଳା । ତା ପରେ ମା’ମହାଲକ୍ଷ୍ମୀ ପ୍ରିୟ ରସୋଗଲା ଦେଇ ଠାକୁର ସବୁ କଳିର ସମାଧାନ କରିବେ । ତା ପରେ ବଡ଼ଠାକୁର ଶ୍ରୀମନ୍ଦିର ଭିତରକୁ ବିଜେ କରିବେ ।