20.1 C
Bhubaneswar
Thursday, February 12, 2026
Homeଅପରାଧଯୁବକଙ୍କୁ ନିର୍ମମ ହତ୍ୟା

ଯୁବକଙ୍କୁ ନିର୍ମମ ହତ୍ୟା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅନ୍ତର୍ଗତ ଚୌକାମାଲ ଗାଁରେ ନିର୍ମମ ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶିବ ବରିହା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଶିବ ନିଜ ଗାଁ ଛକ ନିକଟକୁ କୌଣସି କାମରେ ଯାଇଥିଲେ। ହେଲେ ଦୀର୍ଘ ସମୟ ଯାଏ ସେ ଘରକୁ ଫେରି ନଥିଲେ। ପରେ ଶିବଙ୍କ ମୃତଦେହ ଗାଁ ପାଖରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିବଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଶିବଙ୍କୁ ଧାରୁଆ ଅସ୍ତ୍ରରେ ଚୌକାମାଲ ଗାଁର ବିଶ୍ଵ ମହାନନ୍ଦ ହାଣି ହତ୍ୟା କରିଥିବ ପରିବାର ଲୋକେ ଲଛିପୁର ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking