ପୁରୀ : ଶ୍ରୀମନ୍ଦିରରୁ ବାହାରିବା ପରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ପ୍ରଶାସକ । ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲିଲୁନି ବୋଲି କହିଲେ ଅରବିନ୍ଦ ପାଢ଼ୀ । ଆଜି ଖୋଲାଯାଇପାରିଲାନି, ଆଉ ଦିନେ ଖୋଲାଯିବ ।ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା । କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି । ବାହୁଡ଼ା, ସୁନାବେଶ ସରିବା ପରେ ଆଉ ଦିନେ ନିର୍ଦ୍ଧାରଣ କରାଯିବ ବୋଲି କହିଲେ ମୁଖ୍ୟ ପ୍ରଶାସକ କହିଛନ୍ତି ।










