31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଆଜି ହେବ ଅନନ୍ତ ରାଧିକାଙ୍କ ଗ୍ରାଣ୍ଡ ରିସେପସନର

ଆଜି ହେବ ଅନନ୍ତ ରାଧିକାଙ୍କ ଗ୍ରାଣ୍ଡ ରିସେପସନର

 

ମୁମ୍ବାଇ:ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ଗତ ଶୁକ୍ରବାର ଦିନ ବିବାହ ସମ୍ପନ୍ନ ହୋଇସାରିଛି । ଅନନ୍ତ ନିଜ ବାନ୍ଧବୀ ରାଧିକାଙ୍କୁ ଜୀବନସାଥି କରିସାରିଛନ୍ତି । ତେବେ ଏହାରି ଭିତରେ ଅମ୍ବାନିଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ଏବଂ ଏହି ବିବାହରେ ଯୋଗ ଦେଇଥିଲେ ଦେଶ ବିଦେଶର ଅନେକ ଭିଭିଆଇପି ଅତିଥି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ବିଶିଷ୍ଟ ଉଦ୍ୟୋଗପତି ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହେଲାପରେ ଦେଖିବାକୁ ମିଳିଥିଲା ଗ୍ରାଣ୍ଡ ୱେଡିଙ୍ଗ ଆଉ ଏହି ଗ୍ରାଣ୍ଡ ୱେଡିଙ୍ଗରେ ସାମିଲ ହେବାକୁ ଦେଶ ବିଦେଶରୁ ଅତିଥିମାନେ ଆଣ୍ଟେଲିଆରେ ପହଞ୍ଚିଥିଲେ । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଗ୍ ବି ଅମିତାଭ ବଚ୍ଚନ, ରଜନୀକାନ୍ତ, ସଲମନ ଖାନ, ଶାହରୁଖ ଖାନ, ହ୍ରିତିକ ରୋଶନ, ମହେଶ ବାବୁ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସମେତ ଅନେକ ସିନେ ତରକା ଓ କ୍ରିକେଟ ଜଗତର ଜଣାଶୁଣା ଚେହେରା ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ କାର୍ୟ୍ୟ ମହାଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଛି। ଦୀର୍ଘ ୭ ମାସ ଧରି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିବାହ ପାଇଁ ଆୟୋଜନ କରାଯାଉଥିଲା । ଶନିବାର ସନ୍ଧ୍ୟାରେ ନୀତା ମୁକେଶ ଅମ୍ବାନୀ କଲଚର ସେଣ୍ଟରରେ ମିନି ରିସେପସନ ହୋଇଥିଲା ଏବଂ ଆଜି ମଧ୍ୟ ଗ୍ରାଣ୍ଡ ରିସେପସନର । ଏହି ଗ୍ରାଣ୍ଡ ରିସେପସନରେ ସାମିଲ ହେବେ ବହୁ ବ୍ୟକ୍ତିବିଶେଷ ଏବଂ ନାମୀଦାମୀ ସେଲିବ୍ରେଟି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking