29.1 C
Bhubaneswar
Sunday, May 31, 2026
Homeଦେଶ ବିଦେଶଡୋନାଲ୍ଡ ଟ୍ରମ୍ପକୁ ଗୁଳିମାଡ଼

ଡୋନାଲ୍ଡ ଟ୍ରମ୍ପକୁ ଗୁଳିମାଡ଼

ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି । ଏହି ଘଟଣା ପରେ ଟ୍ରମ୍ପଙ୍କୁ ଆମେରିକାର ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ତୁରନ୍ତ ମଞ୍ଚରୁ ବାହାର କରି ନେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସମୟରେ ତାଙ୍କ ମୁହଁରେ ରକ୍ତ ଥିବା ପରି ଲାଗୁଥିଲା। ରିପୋର୍ଟ ଅନୁସାରେ,ପେନସିଲଭାନିଆରେ ଟ୍ରମ୍ପ ରାଲିରେ ଗୁଳି ବିନିମୟ ପରେ ସୁଟର ମୃତ୍ୟୁ ହୋଇଥିବା ବଟଲର କାଉଣ୍ଟି ଡିଏ କହିଛି।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଟ୍ରମ୍ପଙ୍କ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ଏ ବାବଦରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି।ଅଧିକାରୀ କହିଛନ୍ତି ଯେ ଆମେ ସୁରକ୍ଷା ବ୍ୟବସ୍ଥା କାର୍ୟ୍ୟକାରୀ କରିଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking