27.1 C
Bhubaneswar
Saturday, November 16, 2024
Homeଓଡିଶାତାପଙ୍ଗରେ ଯୁବକ ନିଖୋଜ ଘଟଣା ; ୪ ଦିନ ପରେ ବି ମିଳୁନି ପତ୍ତା

ତାପଙ୍ଗରେ ଯୁବକ ନିଖୋଜ ଘଟଣା ; ୪ ଦିନ ପରେ ବି ମିଳୁନି ପତ୍ତା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଯାଇଥିବା ଯୁବକ ନିଖୋଜ ଘଟଣା । ୪ ଦିନ ପରେ ବି ମିଳୁନି ଓମ୍ ପ୍ରକାଶ ରଥଙ୍କ ପତ୍ତା। ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ। ଉଦ୍ଧାରରେ ଆଜି ସାମିଲ ହୋଇଛି ରାଉରକେଲା ଏନଆଇଟି ର ସ୍ୱତନ୍ତ୍ର ରୋବଟ୍। ଏନଡିଆରଏଫ, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି। ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡି ଯାଇଥିଲେ ଦୁଇ ଜଣ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ୍‌ଙ୍କର ପତ୍ତା ମିଳିନଥିଲା। ପରେ ଏନଡିଆରଏଫ, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ଓମ୍‌ଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ୮ ଜଣିଆ ଏନଆଇଟିର ସ୍ୱତନ୍ତ୍ର ରୋବଟ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜିଖୋଜି କରୁଛନ୍ତି। ଏନଆଇଟିର ଜଣେ ଅଧିକାରୀ କହିଛନ୍ତି, ତାପଙ୍ଗ ଖଣି ପୋଖରୀରେ ଗଭୀର ୧୦୦ଫୁଟ୍‌ ରହିଛି। ଆମେ ପ୍ୟାଚ ପ୍ୟାଚ ସ୍କାନିଂ କରି ଦେଖୁଛି। ଆଜି ଦିନ ସାରା ଏହି ଅପରେସନ ଜାରି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking