18.1 C
Bhubaneswar
Friday, February 13, 2026
Homeଓଡିଶାମହାରାଷ୍ଟ୍ରରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମହାରାଷ୍ଟ୍ରରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି : ଗୁଜୁରାଣ ମେଣ୍ଟାଇବା ପାଇଁ ଜନ୍ମମାଟି ଛାଡି କାମ କରିବାକୁ ଯାଇଥିଲେ ହେଲେ ଆଉ ଫେରିଲେ ନାହିଁ ।ଦାଦନ ଖଟିବାକୁ ଯାଇ ଚାଲିଗଲା ଜୀବନ । ମୃତ ଶ୍ରମିକ ଜଣଙ୍କ ହେଲେ ଅଜୟ ସିଂ। ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲାବେଳେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ,ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଅଜୟ ଦାଦନ ଖଟିବା ପାଇଁ ମାସକ ପୂର୍ବରୁ ମୁମ୍ବାଇ ଯାଇଥିଲେ। ହେଲେ ବୁଧବାର ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଅଜୟଙ୍କ ପରିବାର ଲୋକଙ୍କ ପାଖରେ ପୁଅର ମୃତଦେହ ମୁମ୍ବାଇରୁ ଘରକୁ ଆଣିବାକୁ ସମ୍ବଳ ନାହିଁ। ମୃତଦେହକୁ ଫେରିବା ଆଣିବାକୁ ସରକାର ଆକୁଳ ନିବେଦନ କରିଛନ୍ତି ମୃତ ଶ୍ରମିକଙ୍କ ମା’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking