17.1 C
Bhubaneswar
Friday, February 13, 2026
Homeଓଡିଶାରଥରେ ଠାକୁର ପଡ଼ିଗଲେ ବଡ଼ ବିପଦ ; ରାଜା ଓ ରାଣୀଙ୍କର ହେବ ଅନିଷ୍ଟ

ରଥରେ ଠାକୁର ପଡ଼ିଗଲେ ବଡ଼ ବିପଦ ; ରାଜା ଓ ରାଣୀଙ୍କର ହେବ ଅନିଷ୍ଟ

ପୁରୀ : ରଥରୁ ଠାକୁର ପଡ଼ିଗଲେ କେଉଁଭଳି ଅନିଷ୍ଟ ଘଟେ, ତାହା ନୀଳାଦ୍ରି ମହୋଦୟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ରିଷ୍ଟ କିପରି ଖଣ୍ଡନ ହୋଇପାରିବ, ସେ ଉପରେ ବି ନୀଳାଦ୍ରି ମହୋଦୟରେ ଉଲ୍ଲେଖ ରହିଛି। ନୀଳାଦ୍ରି ମହୋଦୟରେ କୁହାଯାଇଛି, ପହଣ୍ଡି ବେଳେ ଅସାବଧାନତା ହେତୁ ଯଦି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର କିମ୍ବା ଦେବୀ ସୁଭଦ୍ରା ତଳେ ପଡ଼ିଯାଆନ୍ତି, ତେବେ ରାଜା ଓ ରାଜ୍ୟର ମହା-ଅନିଷ୍ଟ ହେବ । ଦୁର୍ଭିକ୍ଷ ପଡ଼ିବ। ବାରମ୍ବାର ମହାମାରୀ ହେବ। ଠାକୁର ପଡ଼ିଗଲେ ମହିଷୀ(ରାଣୀ)ଙ୍କର ଅନିଷ୍ଠ ହେବ । ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରାଯିବା ବିଧେୟ । ବ୍ରାହ୍ମଣମାନଙ୍କ ଦ୍ବାରା ମୂଳମନ୍ତ୍ର ଏକ ଲକ୍ଷ ବାର ଜପ କରାଯିବା ସେତିକି ସଂଖ୍ୟକ ଅର୍ଥାତ୍ ଏକ ଲକ୍ଷ ଗବ୍ୟ ଘୃତରେ ଆହୁତି ଦେଇ ହୋମ କରାଯିବା । ତାହାର ଏକ ଦଶମାଂଶ ଅର୍ଥାତ୍ ୧୦ ହଜାର ତର୍ପଣ ହେବ ସେତିକି ବାର ମାର୍ଜନ କରାଇ ତାହାର ଏକ ଦଶମାଂଶ ଅର୍ଥାତ୍ ୧ ହଜାର ବ୍ରାହ୍ମଣ ଭୋଜନ କରାଯିବା । ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ ଦାନ କରି ଶାନ୍ତି ବିଧାନ କରାଯିବ। ଏଣୁ ଉତ୍ସବମାନଙ୍କରେ ଠାକୁରଙ୍କ ପହଣ୍ଡି ସମୟରେ ଅତି ସାବଧାନତା ଅବଲମ୍ବନ କରିବାକୁ ପ୍ରଭୁ ବିଷ୍ଣୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିବା ନୀଳାଦ୍ରି ମହୋଦୟରେ ଉଲ୍ଲେଖ ରହିଛି। ଏଣୁ ସେବକମାନଙ୍କ ଭିତରେ ଯେଉଁମାନେ ବଳୁଆ ଲୋକ ସେମାନଙ୍କୁ ଠାକୁରଙ୍କ ଉଭୟ ପାର୍ଶ୍ଵରେ ଯତ୍ନପୂର୍ବକ ନିଯୁକ୍ତି କରିବାକୁ ନୀଳାଦ୍ରି ମହୋଦୟରେ କୁହାଯାଇଛି। ବାମଦେବ ସଂହିତାରେ ବି ଏ ସଂର୍କରେ ଉଲ୍ଲେଖ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking