31.1 C
Bhubaneswar
Friday, February 13, 2026
Homeଅପରାଧରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ମଣ୍ଡୋସିଲ ଗାଁ ଘଟିଛି ଅଭାବନୀୟ ଘଟଣା । ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପିଙ୍କୁ ସାହୁ। ବିଳମ୍ବିତ ରାତିରେ ପିଙ୍କୁଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ପିଙ୍କୁଙ୍କ ମୃତଦେହ ଗାଁ ରାସ୍ତାରେ ପଡ଼ିଥିଲା। ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପାଇକମାଳ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି।ଗତକାଲି ରାତିରେ ମଣ୍ଡୋସିଲରୁ ଭୁତମୁଣ୍ଡା ଯିବା ରାସ୍ତାରେ କିଛି ଯୁବକ ବାଇକରେ ଆସି ପିଙ୍କୁଙ୍କ ସହ ଝଗଡା କରିଥିଲେ। ସେହି ଯୁବକମାନେ ପିଙ୍କୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking