20.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଦୁଗ୍ଧ ଟ୍ୟାଙ୍କରେ ଉପରେ ଚଢ଼ିଗଲା ବସ୍‌; ୧୮ ମୃତ

ଦୁଗ୍ଧ ଟ୍ୟାଙ୍କରେ ଉପରେ ଚଢ଼ିଗଲା ବସ୍‌; ୧୮ ମୃତ

ଲକ୍ଷ୍ନୌ: ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ଡବଲ ଡେକର ବସ୍ ଦୁର୍ଘଟଣାରେ ଅତି କମ୍‌ରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବସ୍‌ଟି ଏକ ଦୁଗ୍ଧ ଟ୍ୟାଙ୍କରେ ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ତେବେ ଦୁର୍ଘଟଣାରେ ପ୍ରାୟ ୧୯ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ବସଟି ବିହାରର ମୋତିହାରୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ବୋଲି ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ ଗୌରାଙ୍ଗ ରାଠୀ କହିଛନ୍ତି।

ଏହା ଗରହା ଗ୍ରାମ ନିକଟରେ ଦୁଗ୍ଧ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଏହାର ପ୍ରଭାବ ଏପରି ଥିଲା ଯେ ବସଟି ଚାଲୁଥିବା ହେଲେ ସେଥିରୁ ଲୋକ ବାହାରକୁ ପଳାଇ ଆସିଥିଲେ। ଦୁର୍ଘଟଣା ଘଟିବା ପରେ ବସ୍‌ ଭିତରୁ ପୀଡିତାଙ୍କୁ ବାହାର କରିବାକୁ ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପୁଲିସ ଏବଂ ଅନ୍ୟ ଜରୁରୀକାଳୀନ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଯାଇଥିଲେ। ଘଟଣାସ୍ଥଳରୁ ଯେଉଁ ଭିଜୁଆଲ୍‌ ହସ୍ତଗତ ହୋଇଛି ତାହା ଦେଖି ହେବା ପରି ନୁହେଁ। ମୃତଦେହଗୁଡ଼ିକ ଭୂମିରେ ଖେଳେଇ ହୋଇ ପଡ଼ିଥିବା ବେଳେ ସେହି ସ୍ଥାନରେ କାହାର ଓଢ଼ଣୀ, ଭଙ୍ଗା କାଚ ଓ ବିଭିନ୍ନ ସାମଗ୍ରୀ ବିଛେଇ ହୋଇ ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking