17.1 C
Bhubaneswar
Saturday, February 14, 2026
Homeଓଡିଶାସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ

ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୋଇଡ଼ାର ରେଙ୍ଗାଲବେଡ଼ା ଛକରେ ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା। ଏହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୨ ଗୁରୁତର ହୋଇଛନ୍ତି। ୨ ଗୁରୁତରଙ୍କୁ ରାଉରକେଲାର ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ଜଣେ ମହିଳା ଥିବା ସୂଚନା ରହିଛି। ମୃତାହତମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ ଏକ ପରିବାର ଲୋକେ ଗତକାଲି କେନ୍ଦୁଝରରୁ ଭୋଜି ଖାଇ ସ୍କର୍ପିଓରେ ଘରକୁ ଫେରୁଥିଲେ। ରେଙ୍ଗାଲବେଡ଼ା ଛକରେ ସେହି ସ୍କର୍ପିଓକୁ ଧକ୍କା ଦେଇଥିଲା ହାଇଓ୍ବା। ଏହାଫଳରେ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଘରେ ଆଉ ୧୦ ମିନିଟରେ ପହଞ୍ଚି ଥାଆନ୍ତେ। ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ରେଙ୍ଗଳବେଡା ଏହି ଦୁର୍ଘଟଣା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking