ବଲାଙ୍ଗୀର :ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଦୁର୍ଘଟଣା । ଫଳରେ ଚାଲି ଗଲା ଦୁଇ ସାଙ୍ଗଙ୍କ ଜୀବନ । ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ତିନି ଜଣ ସାଙ୍ଗ ପାଟଣାଗଡକୁ ଏକ ବାଇକରେ ରଥଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ହମ୍ପସରେ ତାଙ୍କ ବାଇକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଯୁବକ ହେଲେ ଚୂଡାପାଲିର ପ୍ରକାଶ ସାହୁ ଓ ଢୁଲୁସର ଗ୍ରାମର ବିକାଶ ସାହୁ । ଗୁରୁତର ଯୁବକ ହେଲେ ଢୁଲୁସର ଗ୍ରାମର ନବୀନ କୁଅଁର । ଶବ ଦ୍ଵୟର ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।









