26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଜୀବନ ନେଉଛି ବଜ୍ରପାତ; ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ

ଜୀବନ ନେଉଛି ବଜ୍ରପାତ; ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ

ପାଟନା: ବିହାରରେ ମୌସୁମୀ ତାତିରୁ ଆଶ୍ୱସ୍ତି ଦେଇଛି ସତ ହେଲେ ନେଲାଣି ଅନେକ ନିରୀହ ଜୀବନ । ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ମୃତ୍ୟୁ ଘଟିଛି । ବିହାରବାସୀଙ୍କ ପାଇଁ କାଳ ସାଜିଛି ବଜ୍ରପାତ । ଗତ ୨୪ ଘଣ୍ଟାରେ ବିହାରରେ ବଜ୍ରପାତ ଯୋଗୁଁ ଗଲାଣି ୨୪ ଜଣଙ୍କ ଜୀବନ । କିନ୍ତୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାର ଲାଗି ୪ଲକ୍ଷ ଲେଖାଏଁ ସହାୟତା ରାଶି ନେଇ ଘୋଷଣା କରିଛନ୍ତି । ବିହାରରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଥିବା ମୃତକମାନେ ହେଉଛନ୍ତି ଭାଗଲପୁରରୁ ୪, ଜାହାନବାଦରୁ ୩, ନାଳନ୍ଦାରୁ ୩, ବେଗୁସରାୟ ୩, ମଧେପୁରାରୁ ୨, ସହରସାରୁ ୨, ବୈଶାଳୀରୁ ୧, ଛପରାରୁ ୧, କାରାକାଟରୁ ୧, ରୋହତାସରୁ ୧, ଅରୱଲରୁ ୧, ପୂର୍ବ ଚମ୍ପାରଣରୁ ୧, ସୁପୌଲରୁ ଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ୯ ଜଣଙ୍କ ମୃତ୍ୟୁ ଘଟିଛି ।

ସେମାନେ ହେଉଛନ୍ତି ଜାହାନବାଦରୁ ୩, ମଧେପୁରାରୁ ୨, ପୂର୍ବ ଚମ୍ପାରଣରୁ ୧, ରୋହତାସରୁ ୧, ସରଣରୁ ୧ ଏବଂ ସୁପୌଲରୁ ଜଣେ । ବିହାରରେ ବଜ୍ରପାତରେ ଏତେ ଲୋକଙ୍କର ମୃତ୍ୟୁ ଘଟିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିଛନ୍ତି । ଏଥିଲାଗି ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଭଳି ଦୁଃଖଦ ସମୟରେ ମୃତକଙ୍କ ପରିବାର ସହିତ ସରକାର ଅଛନ୍ତି । ଖରାପ ପାଣିପାଗରେ ରାଜ୍ୟବାସୀ ସତର୍କତା ଅବଲମ୍ବନ କରନ୍ତୁ । ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଉଥିବା ସତର୍କବାଣୀକୁ ପାଳନ କରିବାକୁ ସିଏମ ନୀତିଶ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସୀତାମଢି, ଶିବହର, ସୁପୌଲ, ଅରରିୟା, କଟିହାର, ପୂର୍ଣ୍ଣିଆ ଓ ମଧେପୁରାରେ ପ୍ରବଳ ବର୍ଷା ହେବାର ଆକଳନ କରିଛି । ଜୁଲାଇ ୭ରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking