30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବ୍ରିଜ ଭୁଶୁଡ଼ିବା ଘଟଣା ; ୧୬ ଇଞ୍ଜିନିଅର ନିଲମ୍ବିତ

ବ୍ରିଜ ଭୁଶୁଡ଼ିବା ଘଟଣା ; ୧୬ ଇଞ୍ଜିନିଅର ନିଲମ୍ବିତ

ବିହାର : ୧୫ ଦିନ ମଧ୍ୟରେ ୧୦ଟି ବ୍ରିଜ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।ବିହାରର ବିଭିନ୍ନ ଜିଲ୍ଲାରେ ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଳ ସମ୍ପଦ ବିଭାଗର ୧୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ବିହାରର ଉନ୍ନୟନ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି, ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ବ୍ରିଜ ନିର୍ମାଣ କରିଥିବା କଣ୍ଟ୍ରାକ୍ଟରଙ୍କୁ ଠାବ କରାଯିବ ଓ ସେମାନଙ୍କୁ ସବୁ କିଛି ପାଇଁ ଦାୟୀ କରାଯିବ ବୋଲି ସେ କହିଛନ୍ତି। ଗୁରୁବାର ରାଜ୍ୟରେ ୧୦ ନମ୍ବର ବ୍ରିଜ ସାରନରେ ଭୁଶୁଡ଼ିଥିଲା। ଏହା ୨୪ ଘଣ୍ଟା ମଧ୍ୟରେ ସାରନରେ ତୃତୀୟ ବ୍ରିଜ ଭୁଶୁଡ଼ିବା ଘଟଣା। ସିୱାନ, ସାରନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷ୍ଣନଗଞ୍ଜ ଜିଲ୍ଲାରେ ଥିବା ୧୦ଟି ବ୍ରିଜଜ ଗତ ୧୫ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ ପୁରୁଣା ବ୍ରିଜର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ବ୍ରିଜଗୁଡ଼ିକ ତୁରନ୍ତ ମରାମତି କରିବାକୁ ସେ କହିଛନ୍ତି। ସେହିପରି ବର୍ତ୍ତମାନ ସମୀକ୍ଷା ଚାଲିଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking