21.1 C
Bhubaneswar
Thursday, February 5, 2026
Homeଓଡିଶାଏଫସିଆଇ ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

ଏଫସିଆଇ ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: କୋଲକାତାର ଏକ ଘରୋଇ ଫାର୍ମକୁ ଚାଉଳ ପରିବହନ ଠିକା ପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରସ୍ଥିତ ଏଫସିଆଇ, ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ପ୍ରେମ ସିଂ ଭନୋତ୍, ଏଫସିଆଇ ଏକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ, କୋଲକାତାର ମେସର୍ସ ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିନା ଦେ ଆଲିଆସ୍ ସୌମୀ ଭଟ୍ଟାଚାର୍ଯ୍ୟ ଏବଂ କୋଲକାତାର ଜଣେ ମଧ୍ୟସ୍ଥ ସୟେଦ ହସନେନ୍ ଅହମ୍ମଦ। ଏହି ଚାରି ଜଣଙ୍କ ସମେତ କୋଲାକାତାର ଆଉ ଜଣେ ମଧ୍ୟସ୍ଥ ସ୍ୱପନ କୁମାର ଘୋଷାଲ ଏବଂ କେତେକ ଅପରିଚିତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଠିକା ସଂସ୍ଥା ଚାଉଳ ପରିବହନ ଠିକା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ଏଫସିଆଇର ଅଭିଯୁକ୍ତ ମହାପ୍ରବନ୍ଧକ ମଧ୍ୟସ୍ଥ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସହାୟତାରେ ଅନୈତିକ ଉପାୟ ଅବଲମ୍ବନ କରି ସମ୍ପୃକ୍ତ ସଂସ୍ଥାକୁ ପରିବହନ ଠିକା ଦେଇଥିଲେ। ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ଏଫସିଆଇ ମହାପ୍ରବନ୍ଧକ ୫ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ। ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ପ୍ରଦାନ ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ସିବିଆଇର ତଦନ୍ତକାରୀ ଅଧିକାରୀମାନେ ୪ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତାରେ ହଜାର କରିବା ପରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସିବିଆଇ ପକ୍ଷରୁ କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱରରେ ଚଢ଼ାଉ କରାଯାଇ ୫ ଲକ୍ଷ ନଗଦ ଟଙ୍କା, ଲକର ଚାବି, ମୋବାଇଲ, ଲାପଟପ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking