18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଖୁସିରେ ବହୁ ବର୍ଷ ପରେ ଘରକୁ ଫେରୁଥିଲେ ଯୁବତୀ ହେଲେ ବିମାନରେ ଚାଲିଗଲା ଜୀବନ

ଖୁସିରେ ବହୁ ବର୍ଷ ପରେ ଘରକୁ ଫେରୁଥିଲେ ଯୁବତୀ ହେଲେ ବିମାନରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ବିମାନରେ ଯୁବତୀଙ୍କ ମୃତ୍ୟୁ। ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନରେ ଘଟିଛି ଏଭଳି ଘଟଣା । ବିମାନଟି ଅବତରଣ କରିବା ପୂର୍ବରୁ ଜଣେ ୨୪ ବର୍ଷୀୟ ଭାରତୀୟ ବଂଶ‌ୋଦ୍ଭବ ଯୁବତୀ ମନପ୍ରିତ କୌରଙ୍କର ମୃତ୍ୟୁ ହୋଇଥିଲା। ମନପ୍ରୀତ ପାଖାପାଖି ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ଥିବା ତାଙ୍କ ପରିବାରକୁ ଦେଖା କରିବାକୁ ଖୁବ୍ ଉତ୍ସାହିତ ହୋଇ ଆସୁଥିଲେ। ତୁଲାମାରିନ୍ ବିମାନବନ୍ଦରରେ ବୋଡିଂ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତେବେ କ୍ୱାଣ୍ଟସ୍ ବିମାନରେ ଯିବା ପୂର୍ବରୁ ସେ ଅସୁସ୍ଥତା ଅନୁଭବ କରିଥିଲେ ମଧ୍ୟ ବିମାନରେ ଚଢିବାରେ ସଫଳ ହୋଇଥିଲେ। କିନ୍ତୁ ସେ ନିଜ ସିଟ୍ ବେଲ୍ଟ ପିନ୍ଧିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ । ଏଥିସହିତ ଘଟଣାସ୍ଥଳରେ ସେ ମୃତ୍ୟୁ ବରଣ କରିଥିଲେ। ତେବେ ମୃତ୍ୟୁର କାରଣ ଯକ୍ଷ୍ମା ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷେ କାଣ୍ଟସ ମୁଖପାତ୍ର କହିଛନ୍ତି ଯେ, ବିମାନ କର୍ମଚାରୀ ଏବଂ ଜରୁରୀକାଳୀନ ସେବା ପକ୍ଷରୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା କରିବାକୁ ଚେଷ୍ଟା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking